ହେ ଗାନ୍ଧୀ – ମମତା ସାହୁ
1 min read
ହେ ଗାନ୍ଧୀ ତୁମର ଗଢା ଏ ଭାରତ
ହୁଏ ଆଜି ବିଖଣ୍ଡିତ
ତୁମେ ଦେଖିଥିଲ ସୁନାର ଭାରତ
ସ୍ବପ୍ନ ଆଜି କଳୁଷିତ।।
ତୁମ ମନ୍ତ୍ର ଆଜି ଶକ୍ତିହୀନ ହୁଏ
ପ୍ରତି କୋଣେ ହା ହା କାର
ଭାରତ ମାଆର ବୁକୁ ଫଟା କାନ୍ଦ
ବହିଯାଏ ନିରନ୍ତର।।
ପ୍ରତିଟି ମୁହୂର୍ତ୍ତେ ଶୁଭଇ ଚିତ୍କାର
ତ୍ରିରଙ୍ଗା ଆଖିରେ ଲୁହ
ସ୍ବାଧିନତା ଆଜି ବିଷରିତ ହୁଏ
ଛୁଟେ କୋଳାହଳ ସୁଅ।।
ନାହିଁ ନିଷ୍ଠା ନମ୍ର ସତ୍ୟ ଧର୍ମ ଏଠି
ଶୁଭେନା ଅହିଂସା ବାଣୀ
ଦେଖିଯାଅ ଥରେ ହେ ଜାତିର ପିତା
ଭାରତ ମଳିନ ହେଲାଣି।।
ଏ ଦେଶ ତୁମକୁ ଆବାହନ କରେ
ଆଉଥରେ ଜନ୍ମ ନିଅ
କୋଟି ଜନତାଙ୍କ ବନ୍ଦନୀୟ ତୁମେ
ଏ ଦେଶକୁ ମୁକ୍ତି ଦିଅ।।
ମମତା ସାହୁ,
ଗାଇଗାଁ,କଳାହାଣ୍ଡି
Khub sundar lekha 👌