Sahitya Jibana

Portal on odia literature

ଇନ୍ଦିରାର କାନ୍ଦଣା – କୁମର ଲାଲ ରଣା

1 min read

ହାଏ ମୋ ଦଇବ ଦେଉଛୁ ବିଭବ
କେଉଁ ଦରବକୁ ଆଣି l
ଫଟାଇ କରମ ଦୁଃଖର ଝରଣ
ମୋତେ ଦେଉ ଅଛୁ ହାଣି l
ଶରଧା ନ ଦେଇ ସାଗରେ ଭସାଇ
କାତର କାନ୍ଦଣା ଦୁଃଖ l
ସପନରେ ଦିନ ହେଉ ଅଛି ଲୀନ
ବିଧାତା ନ ଦିଏ ସୁଖ l
ବର ବୋଲି ଯାକୁ ଧରାଇଲା ହାତ
ଛଡାଇ ନେଲାଣି ବିଧି l
ଅମୃତ ସୁସ୍ୱାଦୁ ସମ୍ଭୋଗ ସରିଲା
ଯୁବା ବୟସ କି ସିଦ୍ଧି ?
ପରାପତି ଯୋଗ ନାହିଁ ମୋ ଭାଗ୍ୟରେ
ଭାଗ୍ୟର ଦୁର୍ଦ୍ଦିନ ଯୋଗ l
ଅଢେଇ ଦିନିଆ ପ୍ରେମ ରସ ଗଲା
ନୋହିଲା ପୂର୍ଣ୍ଣ ସଂଯୋଗ l
ଭୋଗ କରିଥିଲି ଦୁଇ ଦିନ ମାତ୍ର
ଆଉ ଥିଲା ଦୁଇ ଦିନ l
ସମ୍ପୂର୍ଣ୍ଣ ସମ୍ଭୋଗ ସୁଖ ମୋ ଛାଡିଲା
ଆସିଲା ଶୋକ ଦୁର୍ଦ୍ଦିନ l

କୁମର ଲାଲ ରଣା
ମହୁଆ ଭଟା
ନୂଆପଡା

Copyright © Sahitya Jibana | Newsphere by AF themes.
Open chat
Hello
How can you help we?