କଳା ସାଆନ୍ତ – ମମତା ସାହୁ
1 min read
କରୁଣା କର ହେ ପ୍ରଭୂ କଳା ସାଆନ୍ତ
ତ୍ରାହି ତ୍ରାହି ଡାକେ ଆଜି ତୁମରି ଭକତ।।
ସିଂଘ ଦ୍ୱାର ଦିଅ ଖୋଲି ନିଅ ବହୁ ମେଲି
କେତେ ଦୂରୁ ଦୁଃଖି ଭକ୍ତ ଆସେ ଚାଲି ଚାଲି।।
ମିଛ ମାୟା ପାପ ଭରା ଏ ସାରା ଜଗତ
ଆଉ ସବୁ ଲୋଭ ମୋହ ସ୍ଵାର୍ଥର ସଙ୍ଗାତ।।
ଭକତଙ୍କ ବିନା ପ୍ରଭୁ ରହି କି ପାରିବ
ତୁମ ମନ ଭକତଙ୍କୁ ନିଶ୍ଚୟ ଝୁରିବ।।
ଭାବର ଠାକୁର ଆହେ ପତିତପାବନ
ବୁଝିଅଛ ବୁଝୁଥିବ ଦୁଃଖିଙ୍କ କଷଣ।।
ଭାଇଭଗ୍ନି ତିନି ଦିଅଁ ବସି ସିଂଘାସନେ
ସଂସାର ର ଲିଳା ଦେଖି ବସିଛ ମଉନେ।।
ସବୁ ଯୁଗେ ଜଗନ୍ନାଥ ନେଇ ଅବତାର
ପାପକୁ ବିନାଶ କରି ଧରା ଉଦ୍ଧାରିଲ।।
ବନମାଳି ହୃଶିକେଷ ଭକତ ଜୀବନ
ଗାଉଛି ମୁଁ ଗାଉଥିବି ତୁମରି ଭଜନ।।
କରିବନି ତୁମଠାରୁ ମୋତେ କେବେ ଦୂର
ଏତିକି ମୋ ନିବେଦନ ଶ୍ରୀପାଦେ ତୁମର।।
ମମତା ସାହୁ,
ଗାଇଗାଁ,କଳାହାଣ୍ଡି