ମନେ ରହିବ ଅରିନ୍ଦମ – ସୁଶାନ୍ତ ଦେହୁରୀ
1 min read
ଉତ୍କଳ ର ତୁମେ ସୁଯୋଗ୍ୟ ସନ୍ତାନ
ନିର୍ଭୟର ମନୋବଳ,
ଖବର ସାଉଁଟି କୋଣେ ଅନୁକୋଣେ
ପାଲଟିଛି ଶୋକ କୋଳ।
ଗଜ ରାଜ ଭଳି ମହାନଦୀ ଗର୍ଭେ
ଡାକୁଥିଲା ମହାକାଳ,
ନୀରିହ ପରାଣ ଛଡେଇ ନେଇଣ
ଡାକ ଶୁଭେ ଅନାବିଳ।
ବିପଦ ବେଳରେ ପ୍ରତିଟି ଜାଗାରେ
ଖବର ପ୍ରେରଣ କରି,
ସମ୍ବାଦ ଜଗତେ ଦୁଃସାହସ ମନ
ନ ପାରେ ମନୁ ପାସୋରି।
ଝଡର ତୋଫାନ ଗ୍ରୀଷ୍ମର ପ୍ରବାହ
ସବୁ କରୁଥିଲ ସହ୍ୟ,
ନିର୍ଭୀକ ଭାବନା ଅତିଷ୍ଠ ନ ହୋଇ
ରଖି ଖବରକୁ ଲୟ।
ଆଜି ବି ଝୁରୁଛି ଆମରି ଓଡ଼ିଶା
ସାଜି ମଉଡର ମଣି,
ରହିବ ଅମର ତମ ଯଶ-କୀର୍ତ୍ତି
ସାମ୍ବାଦିକ ଭାବେ ଋଣୀ।
ସୁଶାନ୍ତ ଦେହୁରୀ, ରବ, ବାଂଶପାଳ
କେନ୍ଦୁଝର,8260041315