Sahitya Jibana

Portal on odia literature

ନିଃସଙ୍ଗତା – ନୃସିଂହ ରାଉତ

1 min read

କେହି କେବେ ଖୋଜେନି
ପରିଚୟ ତୁମର, କି ପଚାରେନା
ତୁୁମ କଥା ଏମିତି ଗାଁ ମୁଣ୍ଡ ଆମ୍ବ ତୋଟା
ରଜଦୋଳି, ହୋଲି ଅବା ଦଶହରା
ଦିୱାଲି ଯାତ୍ରାରେ କରେନି ନିଜର
ଉଦବେଗ କେବେ ଆଗେଇ ନିଏନି
ଅନ୍ବେଷା ତୁମ ପ୍ରତୀକ୍ଷାରେ ।।

ଏକ ଅବଦମ୍ବିତ ଇଛାରେ
ଖୋଜିଚାଲେ ନିଜକୁ ଯେତେ
ପାଇବା ହରାଇବାର ଉତ୍ସର୍ଗ ଓ ଉସ୍ରାହର
ଐତିହ୍ଯ ସବୁ ଅପସରି ଯାଉଥିବା ଉଦ୍ ବେଳନ
ଆପଣାର ମଣିଷଙ୍କ ମେଳେ ଖାଁ-ଖାଁ ଲାଗୁଥିବା
ସମୟ ଘଣ୍ଟାରେ ଅବଶ ଅପରାହ୍ନ
ରାତ୍ରିର ମୂହୁର୍ତ୍ତ ଭାଙ୍ଗୁଥାଏ ସ୍ମୃତିର ମର୍ମ
ମନ ମାନସରେ ଯାଗି ଉଠୁଥିବା ଅନ୍ତଃସ୍ୱର
ବାରମ୍ବାର ତୁମ ଆସିବାରେ ।।
ନିରବରେ ମରୁଥାଏ ଆଶାର ଆସ୍ଫାଳନ
ଗୋପନ ଗହୀରରେ ଇଛାର ଦହନ
ଆସକ୍ତିର ଆଶ୍ରାରେ କେବେ ପୁଲକିତ
ହୁଏନି ଆଶା, ଏକା ଏକା ଝୁଣ୍ଟିପଡେ
ଅଧାରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା
ଆରକ୍ତ ଆବେଗ ସନ୍ଦିହାନ ଇଛାରେ ଭରୁଥାଏ
ନଇର ନିର୍ବାଣ ଆଖି ପଲକରେ ।।

ନୃସିଂହ ରାଉତ (ପୱନ)
ରାଜକନିକା,କେନ୍ଦ୍ରାପଡା
ମୋ-7682969700

Copyright © Sahitya Jibana | Newsphere by AF themes.
Open chat
Hello
How can you help we?