Sahitya Jibana

Portal on odia literature

ପାର୍ବଣେ ନବଦୁର୍ଗା – ଦେବେନ୍ଦ୍ର କୁମାର ନାଏକ

1 min read

 

ବାରମାସେ ତେର ଯାତରା
ଇଟା ତ ଆମର ପରମ୍ପରା,

ଶରତ ଆକାଶେ କାଶତଣ୍ଡୀ
ଫୁଲେ ପୁର୍ଥି ହଁସେ ନଦୀଖଁଡ଼ି,

ପାର୍ବଣେ ନବଦୁର୍ଗା ଚାର୍ହିଖୁତି
ତୋର ସେବାଥି ସଭେ ମାତି,

ଶୈଳପୁତ୍ରୀ ମାଁ ଶକ୍ତିସ୍ବରୂପିଣୀ
ସେ କମଳିନୀ ତ ବ୍ରହ୍ମଚାରିଣୀ,

ବାଘର ପିଠିନେ ମାଁ ଅଷ୍ଟଭୁଜା
ଅସ୍ତ୍ରଶସ୍ତ୍ରଧାରିଣୀ ମାଁ ତ ପଦ୍ମଜା,

ସାରା ପୁର୍ଥିର ମାଁ ଖର୍ପରଧାରିଣୀ
ଶକ୍ତିଦେବୀ ସେ ମହିଷାମର୍ଦ୍ଦିନୀ,

ଜଗତର ହିତେ ସଂହାରକାରିଣୀ
ନମସ୍ତୁତେ ଦୁର୍ଗା ଜଗତ ଜନନୀ,

ନବଦୁର୍ଗା ପୂଜା ଧର୍ମର ଥାପନା
ଦୁଷ୍ଟ ନାଶି ସତର ଉଡ଼େ ବାନା,

ସଂକଟହାରିଣୀ ତୁ ସିଦ୍ଧିଦାତ୍ରୀ
ଅଭାବୀ ଭଜେ ମାଁ କାଳରାତ୍ରୀ।।

*** *** ***

ଦେବେନ୍ଦ୍ର କୁମାର ନାଏକ
ତରଭା, ସୁବର୍ଣ୍ଣପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?