Sahitya Jibana

Portal on odia literature

କାଗଜ ଡଙ୍ଗା – ମନସ୍ମିତା ଦାସ

1 min read

 

ଯା ଯାରେ ଭାସିଭାସିଯା କାଗଜ ଡଙ୍ଗା ଭାସିଯା

ବର୍ଷ ଜଳସ୍ରୋତରେ ତୁ ବହୁତ ଦୂରକୁ ଭାସିଯା ।। ୧।।

 

ବହୁ ଦୂରେଅଛି କାଳିଆ ପାଖେ ତୁ ଅଟକିଯା

କାଳିଆକୁ ତୁ ଟିକେ ବେଗି ଦେଖି ଦେଇ ଯିବୁଯା।। ୨।।

 

ମୋ ହୃଦୟରେ ଅବ୍ୟକ୍ତ କୋହ ତୁ ବଖାଳିବୁଯା

ମୁଁ ଝୁରେ ତାକୁ ସର୍ବଦା କେତେ ସବୁ କହିବୁ ଯା ।। ୩।।

 

ବଡ ଦେଉଳେ ଆନନ୍ଦେ ବସିଛି ତୁ ଦେଖିବୁଯା

ମତେ ଦର୍ଶନ ଦେବ କେବେ ତାକୁ ପଚାରିବୁ ଯା ।। ୪।।

 

ଗରୁଡ଼ ସ୍ତମ୍ଭକୁ ତୁ ଆଲିଙ୍ଗନ ତ କରିବୁ ଯା

ମନ ବାଞ୍ଛା ପୂରଣ କରେ ଜଗାକୁ ଡାକିବୁ ଯା ।। ୫।।

 

ତାକୁ ନଡ଼ିଆ ଭୋଗ ଦବୁ ତୁ ସାଥେ ନେଉକି ଯା

ସଙ୍କୁଡ଼ି ମହାପ୍ରସାଦ, ଅଭଡ଼ା ତୁ ଖାଇବୁ ଯା ।। ୬।

 

ମହାପ୍ରସାଦ ସାଥେ ଆଣିବୁ ମନେରଖିକି ଯା

ଜଗାକୁ ଦର୍ଶନ କରି ମୋ ପାଖକୁ ଲେଉଟି ଆ ।। ୭।।

 

ଯା ଯାରେ ଭାସି ଭାସିଯା କାଗଜ ଡଙ୍ଗା ଭାସିଯା

ମୋ କାଳିଆକୁ ସାଥେ ଆଣିବୁ ମନେ ରଖିକି ଯା ।। ୮।।

 

ମନସ୍ମିତା ଦାସ

ଭଦ୍ରକ

1 thought on “କାଗଜ ଡଙ୍ଗା – ମନସ୍ମିତା ଦାସ

Comments are closed.

Copyright © Sahitya Jibana | Newsphere by AF themes.
Open chat
Hello
How can you help we?