Sahitya Jibana

Portal on odia literature

ଜୟ ଗଣେଶ – ଲଲିତା ନାଏକ

1 min read

ଜୟ ଗଣେଶ ଶ୍ରୀ ଗଣେଶ
କର କୃପା ପ୍ରଭୁ ଦିଅ ଆଶିଷ।

ଦିଅ ବିଦ୍ୟା ବୁଦ୍ଧି ଯୋଡୁଛି କର
ହେଉ କାର୍ଯ୍ୟ ସିଦ୍ଧି ନଉଛି ଶିର।

ବିଘ୍ନ ବିନାଶକ ହେ ବିଘ୍ନେଶ୍ବର
ମୂଷିକ ଯେ ବାହନ ଅଟଇ ତୁମର।

ରୂପ ସୁନ୍ଦର ହରଗୌରୀ ପୁତ୍ର
ଅଙ୍ଗମଲଖରୁ ହୋଇଲ ଜାତ।

ମାତା ଶକ୍ତି ପାଇ ହୋଇଲ ବୀର
ବୁଦ୍ଧି ବଳେ ଜିଣିଲ ତ୍ରିପୁର।

ଦ୍ୱାର ଜଗିଲ ନ କରି ଭୟ।
ତପସ୍ୟା କରିଲେ ଉମା ହୋଇ ନିର୍ଭୟ

ପତ୍ନୀ ବିଚ୍ଛେଦରେ ଦୁଃଖେ ଦେବ ମହେଶ
କିସ୍କିନ୍ଦା ଗୁମ୍ଫା ଦ୍ୱାରେ ହେଲେ ପ୍ରବେଶ

ଦେଖିଲେ ଦ୍ୱାର ଜଗିଛି କ୍ଷୁଦ୍ର ବାଳୁତ
ଭିତରକୁ ଯିବା ପାଇଁ କଲେ ମନସ୍ତ।

କହିଲ ମାତା ଆଜ୍ଞା ବିନା ପ୍ରବେଶ ନିଷେଧ
ମହାପ୍ରଭୁ ମହେଶ ହୋଇଲେ କ୍ରୋଧ।

ପିତା ପୁତ୍ର ଦୁହେଁ ପୁଣି କଲ ଯେ ଯୁଦ୍ଧ
ଛେଦନ କରିଲେ ଶିର ପିତା ଯେ ରୁଦ୍ର।

ପରିଚୟ ଜାଣି କଲେ ପଶ୍ଚାତ
ଉପାୟ ଚିନ୍ତିଲେ ପଠେଇ ଦୂତ।

ଗଜସୂତ ଶିର କାଟି ଯୋଡ଼ିଲେ ଶରୀର
ଜୀବ ଦାନ ଦେଲେ ପ୍ରଭୁ ଈଶ୍ୱର।

ଗଜାନନ ବେଶ ଦେଖି କେତେ ଉଲ୍ଲାସ
କ୍ରନ୍ଦନ ଛାଡି ମାତା ହୋଇଲେ ହରଷ।

ବିଧାତାର ଖେଳ ବଡ଼ ବିଚିତ୍ର
ଗଜାନନ ନାମେ ହୋଇଲ ଖ୍ୟାତ।

ଲଲିତା ନାଏକ
ନାକଟିଦେଉଲ
ସମ୍ବଲପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?