Sahitya Jibana

Portal on odia literature

ମୃତ୍ୟୁ – ଜାହ୍ନବୀ ତ୍ରିପାଠୀ

1 min read

ମୃତ୍ୟୁ ଦେଖେନାହିଁ ଧନୀ କି ଗରିବ
ଅବା ଦେଖେନାହିଁ ନିଜର ପର,
ପାପୀ,ପୂଣ୍ୟବାନ,ଜାତି ବା ଅଜାତି
କାଳ ମୁଖେ ସର୍ବେ ହୋନ୍ତି ଆହାର।
ପ୍ରଜାପତି।ଅବା କ୍ଷମତାଶାଳୀ ଯେ
କରିପାରେ ନାହିଁ ମୃତ୍ୟୁକୁ ବଶ,
ଛୁଆଁଅଛୁଆଁ ଅବା ଧର୍ମୀ ଓ ଅଧର୍ମୀ
ସବୁଠାରେ କାଳ କରେ ପ୍ରବେଶ।
ମାନେନାହିଁ କାଳ କାହାର ଆଦେଶ
ଅବା ମାନେ ନାହିଁ କାହା ବାଧକ,
ଶୁଣେ ନାହିଁ ସିଏ ନିର୍ବୋଧ ଶିଶୁର ବିକଳ ଡାକ।
ଅଦୃଶ୍ୟ ଶକ୍ତିରେ ବାନ୍ଧିଥାଏ ସେ ସେ ଜୀବନଦୀପ,
କାଳଫାସେ କାଳ ବାନ୍ଧି ନେଇଯାଏ
ଲିଭିଯାଏ ଜୀବ,ଜୀବନଦୀପ।

ଜାହ୍ନବୀ ତ୍ରିପାଠୀ, ଷଠିଲୋ,ଖୋର୍ଦ୍ଧା

Leave a Reply

Copyright © Sahitya Jibana | Newsphere by AF themes.