Sahitya Jibana

Portal on odia literature

ମୁଁ କାହିଁକି ଅନୁତପ୍ତ ? – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

1 min read

ମୁଁ କାହିଁକି ଅନୁତପ୍ତ ?

ମଣିଷ ଏକ ସାମାଜିକ ପ୍ରାଣୀ । ସେ ସବୁବେଳେ ସମସ୍ତଙ୍କୁ ସମ୍ମାନ ଦେଇଥାଏ, ଛୋଟ ହେଉ କିବା ବଡ଼, ବୃଦ୍ଧ ହେଉ କି ଵୃଦ୍ଧା । ସମାଜରେ ଚଳିବାକୁ ହେଲେ ପରଆପଣାର ନଭାବି ମେଲିଦେଇଥାଏ ସ୍ନେହ ମମତାର ପସରା । ହେଲେ ଏହି ସ୍ନେହ ମମତାର ବନ୍ଧନରେ ନିଜକୁ ହଜାଇ ଦେଇ ଅନ୍ଧ ଭାବେ ବିଶ୍ୱାସ କରିଚାଲେ କାହିଁ କେଉଁ ଜିଲ୍ଲାର ପରୀକୁ । ଶେଷରେ କରେ ଅନୁତାପ, ଅନୁତପ୍ତ । ଅଜଣା, ଅପରିଚିତ, ଅଦେଖା ପରୀ ଯେ ଦିନେ ମନ ମଧ୍ୟରେ ଭରିଦେବ ଦୁଃଖ ଜଣାନଥାଏ ତାକୁ । କଥାରେ ଅଛି- ‘ ସବୁ ଜକଜକ ନୁହେଁ ମାଣିକ ‘ ଅର୍ଥାତ ଖୁବ୍ ଜୋରରେ ଜକଜକ କରୁଥିବା ସମସ୍ତ ବସ୍ତୁ ମାଣିକ ନୁହନ୍ତି କିମ୍ବା ସବୁ ସୁନ୍ଦରୀ ପରୀର ସ୍ବଭାବ ବା ହୃଦୟ ପବିତ୍ର ନଥାଏ । ମହାକାଳ ଫଳ ଦେଖିବାକୁ ସୁନ୍ଦର ହେଲେ ଭିତରଟା କୁତ୍ସିତ କଦାକାର । ସେଥିପାଇଁ ସେ ଆଦର ପରିବର୍ତ୍ତେ ଘୃଣାର ପାତ୍ର ହୋଇଥାଏ । ତେଣୁ ଏଠି ଆମକୁ ମନେ ରଖିବାକୁ ହେବ ଅତିବ ସୁନ୍ଦରୀ ପରୀ ବିପଦର କାରଣ ହୋଇଥାଏ । ଏପରି ଏକ ସୁନ୍ଦରୀ ପରୀ ସହିତ ଗଢି ଉଠିଥିଲା ସମ୍ପର୍କ, ଆଉ ପ୍ରତିଶ୍ରୁତି ଥିଲା ଏ ସମ୍ପର୍କ ନୁହେଁ ଅଢେଇ ଦିନର,ସମ୍ପର୍କ ଯୁଗଯୁଗର । କିନ୍ତୁ ସେ ପରୀ ଆଜି ଉଡିଗଲା ବହୁ ଦୂର ,ପାଇଗଲା ସରସ, ସୁନ୍ଦର ଓ ସପନର ସୌଦାଗର । ଭାଙ୍ଗି ଦେଇଗଲା ହୃଦୟ ମୋର ।
କଥାରେ ଅଛି–
ଯାହାକୁ କରିଲି ଅତି ନିଜର
ଦେଇଗଲା ଦୁଃଖ ହୃଦୟେ ମୋର ।
ଉଡନ୍ତା ଚଢେଇ ଗଣିଲି ପର
ଭାବି ନଥିଲି ସେ ହେଵ ନିଜର ।
ସମାଜକୁ କଳୁଷିତ କରୁଥିବା କେତେକ ନିର୍ଲଜ ପରୀ ପାଲଟିଛନ୍ତି ନାଟକର ନାୟିକା । ଜାତି କୁଳଗୁତ୍ର ଜଣା ନଥିବା ମଣିଷ ତା’ ପାଇଁ ହୁଏ ଆପଣାର ଆଉ ଆପଣାର ହୁଏ ପର । କହିବାକୁ ଲାଜ ଲାଗେ ହେଲେ କି ହେବ, ଏ ତ କଳିଯୁଗ ପରୀର ଲକ୍ଷଣ । ଏମିତି ଅଚିହ୍ନା ଅପରିଚିତ ସମୟ ଆସିଥିଲା ଦିନେ ଯାହା ଆଜି ଅତି ଦୁଃଖ ଓ ପରିତାପର ବିଷୟ । ବାଇଚଢେଇ କହିଥିଲା ଅତିବେଶି କାହାରିକୁ ଭଲ ପାଇବୁ ନାହିଁ, ପାଇଲେ ଆଘାତ ପାଇବୁ, ଚିରଦିନ ଅନୁତାପ ନିଆଁରେ ଜଳିଜଳି ସମସ୍ତ ସ୍ନେହ ମମତାକୁ ଭୁଲିବାକୁ ପଛେଇବୁ ନାହିଁ । ଆଜି ଏମିତି ଏକ ଦୋଛକି ରାସ୍ତାରେ ଛିଡାହୋଇ ମୁଁ ଅନୁତାପ କରୁଛି , ନିଜ ବିବେକକୁ ପଚାରୁଛି ,ଭୁଲ୍ ରହିଲା କେଉଁଠି ? କାହିଁକି ମୁଁ ଅନୁତପ୍ତ ? କିଏ ଦେଵ ଏହାର ଉତ୍ତର ? ଆଜିର ଏ କଳୁଷିତ ସମାଜରେ ପରୀଙ୍କ ଅଭିନୟ , ସୁନ୍ଦର ଚେହେରା, ସୁନ୍ଦର ବଚନ ଓ ସୁନ୍ଦର ମୁଖ ମଣ୍ଡଳକୁ ଦେଖାଇ ନିଜକୁ ମହାନ ଭାବନ୍ତି, ଶେଷରେ ଉଡି ଯାଆନ୍ତି ଏ ଡାଳରୁ ସେ ଡାଳକୁ ମଧୁ ଶୋଷିବାକୁ । ବିଚ୍ଛେଦର ବହ୍ନିରେ ପୋଡିଯାଏ ପୁରୁଷର ଡେଣା, କାହାଣୀ ନୁହେଁ ଅଙ୍ଗେଲିଭା କଥା । ଆଜିର ସମାଜକୁ ନିବେଦନ ପଡନ୍ତୁନି ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରୀ ଫାଶରେ, ନହେଲେ ମୋ ପରି ହେବ ଅନୁତପ୍ତ ।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,ସମ୍ପାଦକ-ମୋ ଅନୁଷ୍ଠାନ,ଆଳଦା,ଖଇରା,ବାଲେଶ୍ବର,ମୋ-9853142510

Copyright © Sahitya Jibana | Newsphere by AF themes.
Open chat
Hello
How can you help we?