Sahitya Jibana

Portal on odia literature

ମୋ ଜନ୍ମମାଟି – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

1 min read

 

ଜିଲ୍ଲା ବାଲେଶ୍ବର ଜନ୍ମମାଟି ମୋର
ଖଇରା ଅଟେ ମୋ ଘର
ହେଲି ଅଗ୍ରସର ତେଜି ଘରଦ୍ୱାର
ରଖିବି ନାମଟି ତାର ।୧।

ସାହିତ୍ୟ ପ୍ରସାର ନିଶାଟି ମୋହର
ପ୍ରତିଜ୍ଞା ହୃଦୟେ ମୋର
କରିନାହିଁ ପର ସମସ୍ତେ ନିଜର
ଏ ମାଟି ଅଟେ ସୁନ୍ଦର ।୨।

ଅମ୍ବିକା ମନ୍ଦିର ଅଳ୍ପ କିଛି ଦୂର
ଦିଶେ କେଡେ ମନୋହର
ବଉଦ୍ଧ କ୍ଷେତର ଦୃଶ୍ୟ ପାହାଡର
ପୟରେ ଝରଣା ତାର ।୩।

ନାହିଁ ପଟ୍ଟାନ୍ତର ବର୍ଣ୍ଣ ସୌନ୍ଦର୍ଯ୍ୟର
ସାହିତ୍ଯେ ଉଠିଛି ସ୍ବର
ଗଦ୍ୟ ସାହିତ୍ଯର ବିକଶିତ ଧାର
ଅନୁଷ୍ଠାନ ଖଇରାର ।୪।

ସମଗ୍ର ରାଜ୍ୟର କବି ସମାଜର
ଖଇରା କରିଛି ଘର
ପ୍ରତିଯୋଗିତାର କବିଙ୍କର ସ୍ବର
ଉଠେପୁଣି ବାରମ୍ବାର ।୫।

ମତ ସଭିଙ୍କର ସୁନ୍ଦର ସୁନ୍ଦର
ଅନୁଷ୍ଠାନ ବନ୍ଧୁଙ୍କର
ନାମଟି ଯାହାର ବିକଶେ ଦେଶର
ମୋ ଅନୁଷ୍ଠାନ ନାଁ ତା’ର ।୬।

ଗଳ୍ପ ପ୍ରବନ୍ଧର ବିକାଶ ମନ୍ଦିର
ସଦସ୍ୟ ସଦସ୍ଯାଙ୍କର
ଅତି ଆଗ୍ରହର କବି ମାନଙ୍କର
ଲେଖନୀରୁ ଝରେ ଧାର ।୭।

ସୁନ୍ଦର ଗଦ୍ୟର ବାଣୀ ମୁଗ୍ଧକର
କରନ୍ତି ସର୍ବେ ଆଦର
ନାହିଁ ଅବିଚାର ସଭିଏଁ ନିଜର
ସମସ୍ତ ଲେଖା ସୁନ୍ଦର ।୮।

କବିଙ୍କର ସ୍ବର ଯାଏ ବହୁଦୂର
ଅନୁଷ୍ଠାନ ମାଧ୍ୟମର
ଅନୁଷ୍ଠାନ ସ୍ବର ଘୋଟିବ ବିଶ୍ବର
ସମ୍ପାଦକ ମୁହିଁ ତା’ର ।୯।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ବର, ମୋ – ୯୮୫୩୧୪୨୫୧୦

Copyright © Sahitya Jibana | Newsphere by AF themes.
Open chat
Hello
How can you help we?