Sahitya Jibana

Portal on odia literature

ଗୁରୁପୂଜନ – ପ୍ରଭାତ କୁମାର ମଲ୍ଲିକ

1 min read

 

ଗୁରୁ ସ୍ବୟଂ ବ୍ରହ୍ମା   ଗୁରୁ ସ୍ବୟଂ ବିଷ୍ଣୁ
ଗୁରୁ ସ୍ବୟଂ ମହେଶ୍ବର
ଗୁରୁ ପରଂବ୍ରହ୍ମ     ତାଙ୍କ ପାଦେ ମୋର
କୋଟି କୋଟି ନମସ୍କାର  ।

ଗୁରୁ ଆମ ମାତା   ଗୁରୁ ଆମ ପିତା
ଗୁରୁ ପରା ଆମ ବନ୍ଧୁ
ଗୁରୁ ମନ ଜାଣି    ସେବା କଲେ ତାଙ୍କୁ
ପାରି ହେବା ଭବସିନ୍ଧୁ  ।

ଅନ୍ଧାରୁ ଆଲୋକ   ଦେଖାନ୍ତି ଯେ ଗୁରୁ
ନିଜକୁ କରି ପ୍ରଦୀପ
ତାଙ୍କ ଉପଦେଶ    ପାଳନ କରିଲେ
ଦୂର ହେବ ସବୁ ପାପ  ।

ଆମ ନିର୍ଦ୍ଦେଶକ    ପଥ ପ୍ରଦର୍ଶକ
ଗୁରୁଙ୍କୁ ଯେ ମଣିଥାଏ
ତାଙ୍କରି ଆଶିଷ    କଲ୍ୟାଣ ଲଭିଣ
ଅଜ୍ଞାନରୁ ମୁକ୍ତି ପାଏ  ।

ସେବା ଭକ୍ତି ବଳେ    ଗୁରୁଙ୍କୁ ପୂଜିଲେ
ନଲାଗେ ଟଙ୍କା ପଇସା
ପାଖକୁ କେବେବି     ବିପଦ ଆସେନି
ଦୂରେଇ ଯାଏ ହତାଶା  ।

ଗୁରୁ ସେବା କରି      ଅଭିମନ୍ୟୁ ଆଉ
ଏକଲବ୍ଯ ଓ ଆରୁଣି
ସାରା ଦୁନିଆରେ     ରଚି ଯାଇଛନ୍ତି
ଉତ୍ତମ ସ୍ମୃତି କାହାଣୀ  ।

ଯୁଗ ଯୁଗ ଧରି      ଗୁରୁ ପୂଜା ବିଧି
ଅଟେ ଆମ ପରମ୍ପରା
ଗୁରୁ ଦିବସରେ       ଗୁରୁଙ୍କୁ ପୂଜିଲେ
ଜିଣିଯିବା ବସୁନ୍ଧରା
ଜିଣିଯିବା ବସୁନ୍ଧରା  ।।

ପ୍ରଭାତ କୁମାର ମଲ୍ଲିକ (ଶିକ୍ଷକ )

ଶିବପୁର, ଧାମନଗର, ଭଦ୍ରକ
ଦୂରଭାଷ- 7077824382

Leave a Reply

Copyright © Sahitya Jibana | Newsphere by AF themes.