ଆସ ବର୍ଷା – କୃଷ୍ଣ ଚନ୍ଦ୍ର ବାରିକ
1 min read
ବସୁନ୍ଧରା ବାସ ଉଜୁଡି ଗଲାଣି
ତୁମ ବିନେ ବର୍ଷା ରାଣୀ
ବାସୁଦେବ ବାସ ଉଜାଡି ଯେମିତି
ଦେଇଥିଲେ ଠାକୁରାଣୀ
ଆସ ଆସ ବର୍ଷା ବାସକୁ ମୋହର
ଚାହିଁଛି ଚାତକ ପରି
ପ୍ରୀତି ଦାନ ଦେଇ ମନ ତୋଷ କର
ତୁମେ ମୋ ପୀୟୂଷ ବାରୀ
ଆସ ଗଳାମାଳି ଚପଳା ଚଞ୍ଚଳା
ଚତୁଃର୍ମେଘ ନେଇ ସାଥି
ଦୁଃର୍ଦ୍ଦଶା ତମସା ଅପସରି ଯାଉ
ହୁଏ ମୁହିଁ ଫଳବତୀ
ତୁମ ଠାରେ ମନ ମୋର ଅପଘନ
ଦେଇଅଛି ପରା ବିକି
ସକଳ ସଜୀବ ନିର୍ଜୀବ ଜଗତ
ରକ୍ଷା କର ପ୍ରିୟ ସଖି
ବିରହ ଅନଳେ ପଞ୍ଚ ପ୍ରାଣ ଜଳେ
ଦିଅ ସିଞ୍ଚି ପ୍ରୀତି ବାରୀ
ଜଗତ କାରଣେ ତୁମ୍ଭେ ପରା ମୋର
ଯୁଗେ ଯୁଗେ ମନୋହାରୀ
କୃଷ୍ଣ ଚନ୍ଦ୍ର ବାରିକ
ଗ୍ରାମ/ପୋଷ୍ଟ-ସାରସମାଲ ଥା-ଏସ୍ ରାମପୁର ଜିଲ୍ଲା ସୁବର୍ଣ୍ଣପୁର ପି-୭୬୭୦୪୫ ୱ ନ°୮୧୧୪୬୪୮୧୨୮