ଗୁରୁ – ନରେନ୍ଦ୍ର ପ୍ରସାଦ ବେହେରା
1 min read
ଗୁରୁ ଦିବସରେ ସାହିତ୍ୟ ଗୁରୁଙ୍କୁ
କୋଟି କୋଟି ନମସ୍କାର
ତୁମ ଶିକ୍ଷାବଳେ ସାହିତ୍ୟ ଜଗତେ
ପାଉଛି କେତେ ଆଦର ।୧।
ଆହାକି ସୁନ୍ଦର ଶିକ୍ଷା ଯେ ତୁମର
କରୁଣାର ବାରିଧାର
ସାହିତ୍ୟ କ୍ଷେତ୍ରରେ ଗୁରୁ ସାଜି ମୋର
ଅନ୍ଧାରକୁ କଲ ଦୂର ।୨।
ଆଗକୁ ଯିବାକୁ ଦେଖାଇଲ ରାସ୍ତା
ଚଲାଇଲ କଣ୍ଟା ଧାରେ
କି ଆଉ ବର୍ଣ୍ଣିବି ମହିମା ତୁମର
ନୟନରୁ ଅଶ୍ରୁ ଝରେ ।୩।
ଘନ ଅନ୍ଧାରକୁ ଦୂରକଲ ତୁମେ
ମନରେ ନରଖି ଦ୍ଵେଷ
ପାଇ ମୁଁ ଆଲୋକ ଚାଲୁଅଛି ପଥ
ମାନିଅଛି ଉପଦେଶ ।୪।
ସବୁରି ମୂଳରେ ଗୁରୁଙ୍କ ଭୂମିକା
ଯୁଗ ଯୁଗରୁ ରହିଛି
ଉନ୍ନତି କ୍ଷେତ୍ରରେ ଗୁରୁ ଜ୍ଞାନପାଇ
ମନ ଆନନ୍ଦରେ ଅଛି ।୫
ଗୁରୁଙ୍କୁ ଅବଜ୍ଞା କରିଲେ ଜୀବନେ
ମିଳିବନି କେଵେ ଶାନ୍ତି
ସେହି ଗୁରୁ ଯେବେ ସାଥିମେଳେ କୁହେ
ମନରେ ଆଶେ ଅଶାନ୍ତି ।୬।
ତଥାପି ଗୁରୁଙ୍କ ସନମାନ ଦେବା
ଶିଷ୍ୟର ପରମ ଧର୍ମ
ଜ୍ଞାନର ଆଲୋକ ଶିକ୍ଷାର ଆଲୋକ
ଅକାଳରେ ଯମଧର୍ମ ।୭।
ପବିତ୍ର ଦିବସେ ପବିତ୍ର ମନରେ
ଶ୍ରୀଚରଣେ ନମସ୍କାର
ଗୁରୁ ଶିଷ୍ୟଙ୍କର ପରମ୍ପରା ସଦା
ସମାଜରେ କରୁ ଘର ।।୮।।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,ସମ୍ପାଦକ– ମୋ ଅନୁଷ୍ଠାନ,ଆଳଦା,ଖଇରା,ବାଲେଶ୍ବର,ମୋ-୯୮୫୩୧୪୨୫୧୦