ଶ୍ରୀକୃଷ୍ଣ ଜନମ – ସୁଶାନ୍ତ ଦେହୁରୀ
1 min read
ଜନମ ତମର ବନ୍ଦୀ ଶାଳେ
ବଢ଼ିଲ ଯାଇ ଗୋପଙ୍କ ମେଳେ।
କଂସାସୁର ର ବନ୍ଧନେ ରହି
ଦେବକୀ ମାତ କ୍ଳେଶ ଭୋଗଇ।
ତୋଷ ନ ମିଳେ ତାଙ୍କ ପରାଣେ
କଂସ ଅସୁର ଙ୍କ ଆଚରଣେ।
ଅଷ୍ଟମ ଗର୍ଭରୁ ଜାତ ହେଲ
ମଥୁରା ତେଜି ଗୋପେ ବଢିଲ।
ନିଶା କାଳେ ବାସୁଦେବ ନେଇ
ଗୋପେ ରଖନ୍ତି ଯମୁନା ଡେଇଁ।
ଝଡ ତୋଫାନ ଚଡକ ସହି
ପାହାରିଲେ ଟୋକେଇରେ ଥୋଇ।
ଥୋଇ ଯଶୋଦା ମାତାଙ୍କ କୋଳେ
ପିତା ବାସୁଦେବ କଉଶଳେ।
ବିଜୁଳି କନ୍ୟା ଘେନି ଫେରିଲେ
କଂସଅସୁର ଙ୍କୁ ଟେକିଦେଲେ।
ପିତା ମାତା ହରାଇ ସନ୍ତାନ
ତାଙ୍କୁ ସଂସାର ଲାଗଇ ଶୂନ।
ସୁଶାନ୍ତ ଦେହୁରୀ, ରବ,ବାଂଶପାଳ
କେନ୍ଦୁଝର,8260041315