ଯେବେ ପ୍ରେମ ହୋଇଯାଏ – ଚିନ୍ମୟୀ ଚାନ୍ଦ
1 min read
ଯେବେ ପ୍ରେମ ହୋଇଯାଏ
ଜୀବନେ ପ୍ରଥମ ଥର
ସବୁ ଲାଗେ ନୂଆ ନୂଆ
ନୂଆ ନୂଆ ଲାଗେ ପାଣି ପବନ
ବୈଶାଖର ଝାଞ୍ଜି ବାଆ
ଯେମିତି ଶୀତୁଆ ସଞ୍ଜର ଶୀତ
ଦେହ ଅଜଣା ତାତିରେ ପ୍ରକମ୍ପିତ।।
ନୂଆ ନୂଆ ପ୍ରେମ ଭରିଦିଏ
ମନେ ଉନ୍ମାଦ
ଅହେତୁକ ଆନନ୍ଦ
ଲାଗେ ନୂଆ ପ୍ରଜାତିର ଫୁଲ
ଫୁଟିଛି ଅଗଣାରେ ମୋର।
ନୂଆ ନୂଆ ଭ୍ରମର ଭ୍ରମନ୍ତି
ଫୁଲରୁ କରିବାକୁ ମଧୁପାନ
ଇଚ୍ଛା ହୁଏ କରିବାକୁ ଫୁଲ ପାଖୁଡାରେ
ମଧୁ ଚୁମ୍ବନ।
ଭାରି ମିଠା ଲାଗେ ରାଗ ଅଭିମାନ
ପ୍ରିୟତମା କରେ ଅଭିମାନ ବାରବାର
ଅଭିମାନିନୀ ଅଭିମାନରେ ଲୋତକ
ଝରାଏ ଧାର ଧାର।
ନିରିମାଖି କଇଁ ଫୁଟିଛି
ମନ ସରୋବରେ ମୋର
କି ଉପମା ଦେବି
ତାର ରୂପ କାନ୍ତି ଗୁଣର
ନାହିଁ ପଟ୍ଟାନ୍ତର।
********************
ଚିନ୍ମୟୀ ଚାନ୍ଦ
ଭଦ୍ରକ