Sahitya Jibana

Portal on odia literature

ପୂର୍ଣ୍ଣଛେଦ – ଶିଲା ମେହେର

1 min read

ପ୍ରେମର ପବିତ୍ର ବନ୍ଧନରେ ହିଂସା ମନୋବୃତ୍ତି
ସ୍ୱାର୍ଥପର ଯଦି ହେଲ ଆଜି,
ପ୍ରେମ ଥିଲା କୋଉଠି!

ଭାବନା ଅଲଗା କର୍ମ ବି ଅଲଗା,
ଅଜାଣତ ଭୁଲକୁ ମୋର ସୁଧାରିବା ପାଇଁ,
ଦିଅ ଥରେ ତୁମ……
ହୃଦୟରେ ଜାଗା!

ପ୍ରଶ୍ନବାଚୀ ଥିଲା ତୁମ ସ୍ୱଭାବ
ଆଜି କି ଏ ପରିବର୍ତ୍ତନ,
ଛୋଟ ଭୁଲ ବୁଝାମଣା ପାଇଁ
ପ୍ରଶ୍ନବାଚୀ ବଦଳରେ….
ପୂର୍ଣ୍ଣଛେଦ ପକେଇଦେଲ ଆମ ସମ୍ପକରେ!

ଶିଲା ମେହେର, ବିନିକା, ସୁବର୍ଣ୍ଣପୁର

Leave a Reply

Copyright © Sahitya Jibana | Newsphere by AF themes.