Sahitya Jibana

Portal on odia literature

ରାକ୍ଷୀ – ଡ଼. ପଦ୍ମଲୋଚନ ରାଉତ

1 min read

 

ରାକ୍ଷୀ ଅଟେ ସାକ୍ଷୀ ସ୍ନେହ ମମତାର
ବିପଦେ ଆପଦେ ସାହା
ଭାଇ -ଭଉଣୀର ସେନେହ ଶରଧା
ଯୁଗେ ଯୁଗେ ଦିଆ ନିଆ
ମମତାର ଡୋରୀ ରାକ୍ଷୀ
ଶରଧାରେ ଭାଇ ହାତେ ବାନ୍ଧି ଦେଇ
ହୁଏ ସେ ପରମ ସୁଖୀ l 1

ଭାଇ ଭଉଣୀର ଅତୁଟ ବନ୍ଧନ
ସ୍ନେହ ମମତାରେ ବନ୍ଧା
କେତେ ରାଗ ରୁଷା ମାନ ଅଭିମାନ
ସମ୍ପର୍କର ମଧୁଛନ୍ଦା
ରାକ୍ଷୀ ମମତାର ଡୋରୀ
ବରଷକେ ଥରେ ଭାଇ ହାତେ ବାନ୍ଧି
ସୁନାନାକୀ ହୁଏ ଝୁରି l 2

ଭାଇ ହାତେ ବାନ୍ଧି ଶରଧାରେ ରାକ୍ଷୀ
ଭଉଣୀର ମନ ଖୁସି
ଭାଇ ଭଉଣୀର ପଵିତ୍ର ସମ୍ପର୍କ
ବିଶ୍ୱାସ ପୁଣ୍ୟ ରାଶି
ପବିତ୍ର ବନ୍ଧନେ ବାନ୍ଧି
ଆନନ୍ଦ ଉଲ୍ଲାସେ ସମ୍ପର୍କର ଡୋରୀ
ବିଶ୍ୱାସେ ଦିଏ ଛନ୍ଦି l 3

ମମତାର ଡୋରୀ ବାନ୍ଧି ଦିଅ ହାତେ
ବୈରୀ ଭାବ କରି ଦୂର
ବନ୍ଧୁତା ରଜ୍ଜୁରେ ବାନ୍ଧି ପ୍ରତି ପ୍ରାଣେ
ଭୁଲି ପର -ଆପଣାର
ମନସୀ ଦେଶର ହିତ
ରାକ୍ଷୀ ବାନ୍ଧି ହାତେ ରକ୍ଷା କର ଦେଶ
ଗାଇ ବନ୍ଧୁତାର ଗୀତ l 4

ଭାଇର ମଙ୍ଗଳ ମାନସୀ ଭଉଣୀ
ହାତେ ବାନ୍ଧୁ ଥାଏ ରାକ୍ଷୀ
‘ପର ଘରୀ’ ଯେବେ ପର ଘର ଯିବ
ରାକ୍ଷୀ ଥିବ ତାର ସାକ୍ଷୀ
ରକ୍ଷା କବଚ ଦେଇ
ବାନ୍ଧି ବାକୁ ରାକ୍ଷୀଟିଏ ଭାଇ ହାତେ
ଆସିଛି ଗହ୍ମା ପୁନେଇ l 5

ଡ଼. ପଦ୍ମଲୋଚନ ରାଉତ
ଗବେଷକ, ଇଂରାଜୀ ସାହିତ୍ୟ
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର 

Copyright © Sahitya Jibana | Newsphere by AF themes.