ଆମେ ଓଡିଆ – ଯୁଧିଷ୍ଠିର ମାଝି
1 min read
ଓଡିଆ ଆମେ ଓଡିଆ
ଆମ ଭାଷା ଭାରୀ ବଢ଼ିଆ
ଆମ ଭାଷାର ବିକାଶ ଲାଗି
ଆସ ହେ ଏକାଠି ହବା
ବମ୍ବେ ଦିଲ୍ଲୀ ଗୋଆ ପଞ୍ଜାବ
ଯେଉଁଠାରେ ପଛେ ତୁମେ ଥାଅ
ଆମ ପରମ୍ପରା ଆମ ସଂସ୍କୃତିକୁ
ତୁ ସଦା ମନେ ରଖିଥା
ଆମ ମାଟି,ବୀର ଭୂଇଁ
ଭୀରୁ ପରି ବଞ୍ଚୁ କାହିଁ
ଜଗତ ହିତେ ଜୀବନ ଦେଇ
ଗାଇ ଯାଆ ଜୟ ଜୟ ଗାନ
ରଖି ଯାଆ ଉତ୍କଳ ମା’ର ମାନ
ଆମ ଗୌରବ ଆମ ମହିମା
ସତତ ଆମେ ମନେ ରଖିବା
ଦୀପଟେ ହୋଇ ଅନ୍ଧାର ସାଥେ
ଆସ ହେ ଆମେ ଲଢିବା
ବୌଦ୍ଧ ଜୈନ ଶିଖ ଇସଲାମ
ହୋଇଥାଅ ପଛେ ଯୋଉ ଧର୍ମ
ଓଡିଆ ମାଟିରେ ବାସ କର ଯଦି
ତା ହେଲେ ତମେ ଓଡିଆ
ଯୁଧିଷ୍ଠିର ମାଝି ( ଜୁଜେଶ )
ଭବାନୀପାଟଣା, କଳାହାଣ୍ଡି
ମୋ: ୭୮୪୬୮୪୭୨୪୯
Email Id:
judhisthirmajhi7249@gmail.com