Sahitya Jibana

Portal on odia literature

ସଲାମ ନୀରଜ – ସୁଶାନ୍ତ ଦେହୁରୀ

1 min read

ଶୁଖିଲା ଭୂଇଁ ରେ ସୁନା ଫଳେ ବୋଲି
ପିଲା ବେଳେ ପଢିଥିଲି,
କରମ ବଳରେ ଚରମ ସୀମାରେ
ନେତ୍ର ଖୋଲି ଦେଖି ନେଲି।
ଟୋକିଓ ରେ ଯାଇ ଝାଳ ବୁହା ଧନ
ଅମଳେ ପାଇଲ ସ୍ୱର୍ଣ୍ଣ,
ଲିପିବଦ୍ଧ ହେଲ ନବ ଇତିହାସେ
ରଚି ଦେଲ କୀର୍ତ୍ତିମାନ।
ଆଶା ଆକାଂକ୍ଷା କୁ ପରାଣ ରେ ଭରି
ଉଡାଇ ଭାରତ ଧ୍ୱଜା,
ବିଜୟ ର ନାଦ କମ୍ପିଲା ଦେଶରେ
ଶଙ୍ଖ,ମହୁରୀ ର ବାଜା।
ଚାଷୀ ର ସନ୍ତାନ ଭାରତ ପରାଣ
ସଭିଙ୍କୁ ବାଣ୍ଟି ପ୍ରେରଣା,
ନିଷ୍ଠାପର ଶ୍ରମ ନିଷ୍ଫଳ ନୁହଁଇ
ଆସିବ ନବ ଭାବନା।
ଏକ ଶତ ବର୍ଷ ଅପେକ୍ଷା ର ଅନ୍ତ
ଏ ଦେଶେ ହେଲା ପୂରଣ,
ସବୁ କ୍ରୀଡା ପ୍ରେମୀ ମନ କିଣିନେଲ
ନିଶ୍ଚେ ହେବେ ଜାଗରଣ।

ସୁଶାନ୍ତ ଦେହୁରୀ, ରବ,ବାଂଶପାଳ
କେନ୍ଦୁଝର,8260041315

Copyright © Sahitya Jibana | Newsphere by AF themes.