Sahitya Jibana

Portal on odia literature

ଆମେ କେତେ ସ୍ୱାଧୀନ – ପୁଷ୍ପଲତା ସାହୁ

1 min read

ଦୀର୍ଘ ବର୍ଷ ର ସ୍ୱାଧୀନତା
ପ୍ରାପ୍ତ କରି ଆମେ ଭାବୁଛେ
ସ୍ୱାଧୀନତା ଆମର ହାତ ପାହାନ୍ତାରେ
ବହୁତ କଷ୍ଟ ସ୍ୱୀକାର କରି
ଆମ ପୂର୍ବ ପୁରୁଷ ମାନେ
ଦେଇ ଯାଇଥିବା ସ୍ୱାଧୀନତା
ଆଜି ଆମକୁ କୃଷ୍ଣ ବଦଳରେ
ଦେଉଛି ଅନେକ କଷ୍ଟ
ଯେଉଁ ଦେଶରେ ମାଆ ଟିଏ
କଷ୍ଟ କରି ଜନ୍ମ ଦେଇଛି ପୁଅକୁ
ସେ ପୁଅ ଆଜି ସ୍ୱାଧୀନତା ପାଇ
ମାଆ କୁ ଦେଉଛି କଷ୍ଟ
ଭୋକିଲା ଦୀନ ଦରିଦ୍ର
ଭୋକ ପାଇଁ ପାଏ ଏଠି କଷ୍ଟ
ନେତା ଏଠି ଭାବେ ମୋର
ଦେଶର ଜନତା ଖୁସିରେ ଅଛି
କିନ୍ତୁ ହାୟରେ ଜନତା ଏଠି
କେତେ ଖୁସିରେ ତାହା ସୂଚାଇ ଦିଏ
ଆମ ଖବରକାଗଜ ର ପୃଷ୍ଠା
ଓ ଗଣ ମାଧ୍ୟମ
ନାରୀ ଆଜି କଣ ପାଇଛି ସ୍ୱାଧୀନତା??
ନିଜ ଗୋଡ଼ରେ ନିଜେ ଛିଡା ହୋଇବି
ସ୍ୱାଧୀନ ଭାବରେ ବଂଚିବାରେ
ନାହିଁ ତାର ସ୍ୱାଧୀନତା
ତେବେ କାହିଁକି କହିବା ଆମେ
ନିଜକୁ ସ୍ୱାଧୀନ……??
କଣ ପାଇଁ ଆଜି ଆମେ ପରାଧୀନ…??
ନିଜକୁ ଥରେ ପଚାର
ଆତ୍ମ ବଡ଼ିମା ଏଠି ସବୁ ସ୍ୱାଧୀନତା କୁ
ନିଜ ଠାରୁ ଦୂରେଇ ଦେଇଛି
ନେତା ଠାରୁ ଜନତା
ସମସ୍ତେ ଗର୍ବ ଅଂହକାର ର
ସରଣୀରେ ପାଦ ଦେଇ ଭୁଲି ଯାଉଛେ
ଆମେ ନିଜର ସ୍ୱାଧୀନତା
ପରାଧୀନତାର ବେଡି
ଆଜି ବି ଆମ ପାଦରେ
ଆଜି ଆସିଛି ସମୟ
ସମସ୍ତେ ଭାବିବାର
ଦୃଢ଼ ସଂକଳ୍ପ ନେବାର
ବହୁ ପ୍ରତିଶୃତି ଦେବାର
ଆମେ ଆମ ସ୍ୱାଧୀନତାକୁ
ଜୋର କରି ଛଡେଇ ଆଣିବା
ଯେପରି ଗାନ୍ଧୀ ନେହେରୁ ଆଣିଥିଲେ
ବିଦେଶୀ ହାତରୁ
ସେହିପରି ଆମେବି ଆଣିବା
ଦିପ୍ତୀର ମଶାଲ ଜାଳି
ଆଲୋକିତ କରି ଏ ଧରାକୁ
ବୁଣି ଦେବା ନୂତନ ସୂର୍ଯ୍ୟର ଆଲୋକ
ଦୂର କରି ସବୁ ଅଜ୍ଞାନ ଅନ୍ଧାର
ଗର୍ବ ଅଂହକାର, କଳୁଷିତ ଅଧ୍ୟାୟ
ସ୍ୱାଧୀନତା ର ସ୍ୱାଦ ଆଘ୍ରଆଣ କରିବା
ସେହି ସୁବର୍ଣ୍ଣ ମୁହୂର୍ତ୍ତରେ
ହୀରକ ଜୟନ୍ତୀ ଅବସରରେ
ସଭିଏଁ ଆନନ୍ଦିତ ହେବା ||

ପୁଷ୍ପଲତା ସାହୁ
ଶିକ୍ଷୟିତ୍ରୀ
ଜଗତସିଂହପୁର

Copyright © Sahitya Jibana | Newsphere by AF themes.