Sahitya Jibana

Portal on odia literature

ମାନିବାକୁ ଇଛା ହୁଏ – ରୀତା ଅପରାଜିତା ମହାନ୍ତି

1 min read

ଆଜି ବି ମାନିବାକୁ ଇଛା ହୁଏ
ସାଙ୍ଗ ସାଥୀ ମେଳ ରେ
ଦେଇଥିବା କଥା ସବୁ ।
ହେଲେ ସେ ସବୁ କଥା
ଶୁଖିଲା ପତ୍ର ପରି ଉଡିଗଲାଣି
ଆଜି ବି ମାନିବାକୁ ମନ କୁହେ
ବୋଉର ପ୍ରତିଟି ଆକଟ ।
ବୋଉର ପ୍ରତି ଟି ବାରଣ।
ମାନିବାକୁ ଇଛା ହୁଏ
ପ୍ରେମିକା ର ମିଠା ଅଳୀ
ହେଲେ ସେଦିନ ବି ଆଉ କାହିଁ
ଯେ ……।
ଶ୍ରୀମତୀ ଆମ କମ ନୁହଁନ୍ତି
ଇଛାଥାଉ କି ନଥାଉ
ତାଙ୍କ କଥା ସବୁବେଳେ
ମାନିବାକୁ ହୁଏ ଘର ମହାଭାରତ
ବନ୍ଧ ପାଇଁ ।
ମୁଁ ସବୁବେଳେ ଚୁକ୍ତିପତ୍ର
ଘୋଷିଥାଏ
ସବୁ ଦୋଷ ମୋର ସବୁ ଭୁଲ ମୋର
ଜାଣେନି ଆଉ କଣ ମାନିବାକୁ ଇଛା ହୁଏ।
ଜୀବନ ଏମିତି ସବୁବେଳେ ନିଜ
ମନର କିଛି କରି ହୁଏନି।

ରୀତା ଅପରାଜିତା ମହାନ୍ତି
ପ୍ଲଟ ନ -୮୩(ସି) ଆମ୍ରପଲ୍ଲୀ ଭୁବନେଶ୍ୱର -୨୧

Copyright © Sahitya Jibana | Newsphere by AF themes.