କଳି ଯୁଗର କର୍ଣ୍ଣ ମୁଁ – ମୋହନ କୁମାର ଷଡ଼ଙ୍ଗୀ
1 min read
କଳି ଯୁଗର କର୍ଣ୍ଣ ମୁଁ
ମୋ ଜୀବନେ ସଭିଙ୍କ ସ୍ଥାନ
କାହା ହୃଦୟେ ନାହିଁ ମୋ ସ୍ଥାନ
ପ୍ରତିପାଦେ ପ୍ରତାରିତ ମୁଁ
କଳି ଯୁଗର କର୍ଣ୍ଣ ମୁଁ ………..(1)
ଧର୍ମ ଅଧର୍ମ ନାହିଁ ମୋ ଜ୍ଞାନ
କର୍ମ ମୋ ପରିଚୟ
ସ୍ଵାର୍ଥି ସଂସାରେ ଖୋଜି ଚାଲିଛି
ମୁଁ ମୋର ପରିଚୟ
ଜାତିଭେଦରେ ଧର୍ମ ନାଆଁରେ
ଯୁଗେ ଯୁଗେ ଶୋଷିତ ମୁଁ
କଳି ଯୁଗର କର୍ଣ୍ଣ ମୁଁ …………(2)
ସମ୍ପର୍କ ରେ ଠକି ଗଲି
ନିଜର ହେଲେ ପର
ବନ୍ଧୁତା ହେଲା ଯାହା ସାଥେ
ସ୍ବାର୍ଥ ସିଦ୍ଧି ହେଲେ ଦୂର
ନିଜର ଅସ୍ତିତ୍ବ ପାଇଁ
ପ୍ରତି କ୍ଷଣେ କ୍ଷଣେ ଲଢେ ମୁଁ
କଳି ଯୁଗର କର୍ଣ୍ଣ ମୁଁ …………(୩)
ମୋ ଜୀବନ କୁରୁକ୍ଷେତ୍ର ରେ
ପ୍ରତି କ୍ଷଣ ମହାଭାରତ
ଛଳନା ହୁଏ ମୋ ସାଥିରେ
ହୃଦୟ ହୁଏ ମୋ ଆଘାତ
ଶକ୍ତି ସାମର୍ଥ୍ୟ ଜ୍ଞାନ ଥାଇ ବି
ଧାରା ବକ୍ଷେ ପଡେ ନିସ୍ଵ ମୁଁ
କଳି ଯୁଗର କର୍ଣ୍ଣ ମୁଁ ……..(୪)
ଅଭିଶପ୍ତ ଜୀବନ ମୋର
ପ୍ରତିପାଦେ ସଂଘର୍ଷ
ସଂଶୟ ଘେରେ ରହିଲା ସଦା
ମୋହରି ପରିଚୟ
ଆତ୍ମ ସମ୍ମାନ ପାଇଁ କି
ସଦା ଲଢି ଚାଲିଥିବି ମୁଁ
କଳି ଯୁଗର କର୍ଣ୍ଣ ମୁଁ …………(୫)
ମୋହନ କୁମାର ଷଡ଼ଙ୍ଗୀ
ବଲାଙ୍ଗୀର