ମନ ଲଗାଇ ପଢିବୁ ପାଠ – ଯୁଧିଷ୍ଠିର ମାଝି
1 min read
ମନ ଲଗାଇ ପଢିବୁ ପାଠ
ବାବୁରେ
ମନ ଲଗାଇ ପଢିବୁ ପାଠ
ଜାଣିଛୁ କି ନାହିଁ
ତୁ ଏ ଦେଶର ସମ୍ପଦ
ସମୟକୁ କରିବୁନି ନଷ୍ଟ
ସମୟକୁ ଯଦି ନଷ୍ଟ କରିଦେଉ
ହେଇଯିବୁ ପଥ ଭ୍ରଷ୍ଟ
ଦଶଦିଗେ ଘେରିଯିବ ଘୋର ଅନ୍ଧକାର
ଆଖି ଆଗେ ଦିଶୁଦିବ କୁହୁଡିର କାନ୍ଥ
ଖେଳିବାର ବୟସ ତୋର
ପଢିବାର ବୟସ ତୋର
ହସିବାର ବୟସ ତୋର
କୁସୁମ ପରି ଫୁଟି
ତୁ ସୁବାସିତ ହେଇ
ମହକରେ ଭରି ଦେବୁ
ସାରା ଜଗତ
ଆଜି ଅଛୁ ଚାରା ଟିଏ
ଧିରେ ଧିରେ ହେଇ ଯିବୁ
ବିରାଟ ଗଛ
ପାଠ ପଢିବୁ ଓଟ ଚଢିବୁ
ରଖିବୁ ଦେଶର ମାନ
ଗଗନେ ପବନେ ଶୁଭିବ
ତୋ ଜୟ ଜୟ ଗାନ
ଥୋଇବୁନି କେବେ ତୁ ଅନ୍ୟାୟ ପଥେ
ତୋ କୋମଳ ସୁନ୍ଦର ପାଦ
ଝରିଯିବ ଲୋହିତ ଧାର
ତୋ ପାଦ ହୋଇଗଲେ କ୍ଷତ
କୋମଳ ତୋ ମନ
କୋମଳ ତୋ ଦେହ
ତୁ ଯଦି ଅତ୍ୟାଚାରିତ ହେଉ
ତୁ ଯଦି ଅବହେଳିତ ହେଉ
ତୁ ଯଦି ସ୍ବାସ୍ଥ୍ୟ,ଶିକ୍ଷାରୁ ବଞ୍ଚିତ ହେଉ
ଝରିଯିବ ନିରନ୍ତର
ଭାରତ ମାଆ ଆଖିରୁ ଲୁହ
ତୁ ଆଜିର ଶିଶୁ
କାଲିର ନାଗରିକ
ହିରାନୀଳା
ମୋତି ମାଣିକଠାରୁ ବି ବେଶି
ମୂଲ୍ୟ ତୋର ଅଛି
ଜାଣିଛୁ କି ନାହିଁ
ତୁ ଏ ଦେଶର ସମ୍ପଦ
ନାମ – ଯୁଧିଷ୍ଠିର ମାଝି ( ଜୁଜେଶ୍ )
ଗାଁ – ଡାଳଗୁମା ( ଶଗଡା )
ବ୍ଲକ – ଭବାନୀପାଟଣା
ଜିଲ୍ଲା – କଳାହାଣ୍ଡି
ମୋ-୭୮୪୬୮୪୭୨୪୯
ଇ ମେଲ୍ ଆଇଡି – judhisthirmajhi7249@gmail.com