ବନ୍ଧୁ – ବିଦ୍ୟାଧର ପ୍ରଧାନ
1 min read
ପ୍ରକୃତ ବନ୍ଧୁ ପାଇବା ପାଇଁକି
ସଦା ବ୍ୟାକୁଳିତ ମନ
ସୁଦାମା ଶ୍ରୀକୃଷ୍ଣ ଭଳି ଦୁଇ ବନ୍ଧୁ
ପାଇବା ସାତ ସପନ।
ବନ୍ଧୁ ସଦା ବୁଝେ ଅନ୍ତର ବ୍ୟଥା
ଦୁଃଖ ସୁଖ ଭରା କଥା
ପାଖେ ପାଖେ ରହି ପରାମର୍ଶ ଦିଏ
ବିପଦ ବେଳରେ ସଦା।
ଆଜି କିନ୍ତୁ ବନ୍ଧୁ ସଂପଦର ସାଥି
ବିପଦେ ନ ଦିଏ ଦେଖା
ବାଟ ଭାଙ୍ଗି ସେତେ କାହିଁ ଚାଲି ଯାଏ
କି କହିବା ତା’ର କଥା।
ଆବଶ୍ୟକ ବେଳେ ଛଳନା କରିଣ
ସବୁ ସେ ଲୁଟିଣ ନିଏ
ଦେବା କଥା କେବେ ମନରେ ନଧରେ
ମାଗିଲେ ଦୂରେଇ ଯାଏ।
ଧନ ଥିଲାବେଳେ ସମସ୍ତେ ଖୋଜନ୍ତି
ସର୍ବେ ସ୍ବାର୍ଥର ବନ୍ଧୁ
ପ୍ରତିପତି ଗଲେ ଦେଖା ନ ଦିଅନ୍ତି
ତାଙ୍କ ଦିନ ବିତେ ନିନ୍ଦୁ ନିନ୍ଦୁ।
ବନ୍ଧୁଟିଏ ମୌଷଧି ଜୀବନର
ଏହା ଚିରନ୍ତନ ସତ୍ୟ
ବନ୍ଧୁ ପାଇଁ ବଞ୍ଚ ବନ୍ଧୁ ପାଇଁ ମର
ଏ କଥାଟି ସର୍ବେ ହେଜ।।
ବନ୍ଧୁ ଆପଣାର ଆତ୍ମୀୟ ସୋଦର
ବନ୍ଧୁ ମୋ ଜୀବନ ଧନ
ସତ୍ ବନ୍ଧୁଟିଏ ଯାହାର ଯେ ଅଛି
ତା ଜୀବନ ଅଟେ ଧନ୍ୟ।
ବିଦ୍ୟାଧର ପ୍ରଧାନ
ମାଲୁଦ, କୃଷ୍ଣପ୍ରସାଦ, ପୁରୀ
୯୧୭୮୯୯୫୩୫୧