Sahitya Jibana

Portal on odia literature

ଗଳ୍ପ – ବର୍ଷା – ପବିତ୍ର ବେହେରା , ଗଞ୍ଜାମ

1 min read

ଅତ୍ୟାଧିକ ମାତ୍ରାରେ ମୂଷଳ ଧାରାରେ ବର୍ଷା ହେଉଥାଏ । ଘର ଭିତରେ ଝରକା ପାଖରେ ବସି ବର୍ଷାକୁ ଦେଖି ବହୁତ ଖୁସି ଅନୁଭବ କରୁଥାଆନ୍ତି । ଝରକା କୋଣରୁ ଟିକିଏ ବାହାର କୁ  ଦେଖିଲେ ଏକ ବଡ଼ ଶୂନ୍ୟ ପଥ ଦେଖା ଯାଉଥାଏ। ବହୁ ଦୂର ଦୂରଦୂରାନ୍ତ ପର୍ଯ୍ୟନ୍ତ କେହି ମଧ୍ୟ ଦେଖା ଯାଉ ନଥାନ୍ତି। ସେହି ପଥରେ।
ଝରକା କୋଣରେ ରହି ବାହାରକୁ ଦେଖିଲେ। ଦୁଇ ପାର୍ଶ୍ଵରେ ଥିବା ଦୁଇଟି ସୁନ୍ଦର କୃଷ୍ଣଚୁଡା ବୃକ୍ଷ ଦେଖା ଯାଉଥିଲା । ଯାହା  ଲାଲ ରଙ୍ଗର ଫୁଲରେ ରଙ୍ଗାୟିତ ଲାଗୁଥିଲା। ଆଦିତ୍ୟ କୃଷ୍ଣଚୁଡା ଗଛକୁ ଦେଖି ଏମିତି ଭାବୁ ଥାଆନ୍ତି। ଯେମିତି ଏକ ରାଜଜେମା ଲାଲ ପରି ଟି ସ୍ଵର୍ଗ ମାର୍ଗରୁ ଊହ୍ଳେଇ ଆସିଛି।

                 ସେହି ସନ୍ଧ୍ୟା ସମୟ ର ବର୍ଷା  ଆଦିତ୍ୟ ବାବୁଙ୍କୁ ଏତେ ବିମୋହିତ କରିଥିଲା ଯେ ଆଦିତ୍ୟ ବାବୁଙ୍କ ଚତୁଃପାର୍ଶ୍ଵରେ ଯାହା କିଛି ଅଛି। ସମସ୍ତେ ବର୍ଷା ର  ଆଗମନ ରୂପରେ ବିମୋହିତ ହୋଇ ଖୁସିରେ ନାଚିବା ଆରମ୍ଭ କରିଦେଇଛନ୍ତି।
ଏମିତି କି ଘର ପାଖରେ ଥିବା ଦୁଇଟି ବିଜୁଳି ଖୁଣ୍ଟ ମଧ୍ୟ ବର୍ଷା ରେ ନାଚିଲା ପରି ଅନୁଭୂତି ହେଉଥାଏ।

                କିନ୍ତୁ ଏହି ସବୁ ଖୁସି ର କାରଣ ଆଦିତ୍ୟ ବାବୁଙ୍କୁ ଜଣା ନଥିଲା। ଏତିକି ବେଳେ ହଠାତ୍ ଏକ ବୀଜୁଳି ମାରିବା ହେତୁ ତାଙ୍କ ଭାବନା ସବୁ ଭାଙ୍ଗିଗଲା। ଆଦିତ୍ୟ ଭାବନା ରୁ ଉହୁରି ଜାଇ ଭାବିଲେ ଏ ସବୁ କଣ ଘଟୁଛି । ମୋ ସହ ଏକ ନିର୍ଜିବ ବସ୍ତୁ ର ଖୁସି ଅବା କ’ଣ ହୋଇପାରେ। ମୋତେ କାହିଁକି ଏ ସବୁ ଖୁସି ଥିଲା। ଅନୁଭବ ହେଉଛି।

   ସେହିଦିନ ପରଠାରୁ ଆଉ ଆକାଶ ବକ୍ଷରେ ବର୍ଷା ଦେଖା ଯାଉନଥିଲା । ଆଦିତ୍ୟ ବାବୁଙ୍କ ମନରୁ ଖୁସି ଧିରେଧିରେ ଦୂରେଇ ଯାଉଥିଲା। ବର୍ଷା ଅଭାବ କାରଣରୁ କୃଷକମାନେ ଏକାଠି ହୋଇ ଭଗବାନଙ୍କୁ ପ୍ରାର୍ଥନା କରିବା ଆରମ୍ଭ କରି ଦେଇଥିଲେ କିନ୍ତୁ ଏହାର କିଛି ଫଳ ମିଳିଲା ନାହିଁ।  ଘନ ଅନ୍ଧକାର ନେଇ ବର୍ଷା ଆସୁଥିଲା ସତ କିନ୍ତୁ ଗୋଟିଏ ବୁନ୍ଦା ମଧ୍ୟ ଭୂମି ଉପରେ ପଡୁନଥିଲା
    
                    “”ଫୁଲ ଭଅଁର କୁ ଅପେକ୍ଷା କରିଲା ପରି””
ଭୂମାତା ରଜବତୀ ହୋଇ ଜଳ ବିନ୍ଦୁ ର ସ୍ପର୍ଶ ଆଶାରେ ହାଁ କରି ଆକାଶ ମାର୍ଗକୁ ଚାହିଁ ରହିଥିଲା।

      ବର୍ଷା ପ୍ରେମୀ ଆଦିତ୍ୟ ବାବୁ ମଧ୍ୟ ବହୁତ ଦିନ ହେବ ପହିଲି ବର୍ଷା ର ଛିଟା ପାଇନଥିବାରୁ ବହୁତ ମନ ଦୁଃଖ ରହୁଥିଲେ ଏବଂ ଶ୍ରାବଣର ସେହି କଳାମେଘି ବର୍ଷାକୁ ଖୋଜି ବୁଲୁଥିଲେ।

କିଛି ଏମିତି ବିତିଗଲା……………………….

     କିଛି ଦିନ ପରେ କଳାମେଘୀ ବର୍ଷା ଷୋଳଶୀ ଶାଢ଼ୀ ପିନ୍ଧି ଆକାଶରେ ଦେଖାଗଲା। ଏମିତି ଅନୁଭୂତି ହେଉଥାଏ। ସତେ ଯେମିତି କେହି ଜଣେ ନବୀନ ବୟସୀ ତରୁଣୀ ଧଳା ଶାଢ଼ୀ ପିନ୍ଧି ଆକାଶ ମାର୍ଗରେ ଭ୍ରମଣ କରୁଛି।
    
               ଆଦିତ୍ୟ ବାବୁ ବହୁତ ଦିନ ପରେ ବର୍ଷା କୁ ଦେଖି । ତାଙ୍କ ଦେହରେ ଏକ ନୂତନ ଶିହଂରଣ ଖେଳିଗଲା। ବର୍ଷା ର ଝିଫ୍,ଝିଫ୍ ଶବ୍ଦ ଏବଂ ମାଟିର ନୂତନ ମହକରେ ଆଦିତ୍ୟ ବାବୁଙ୍କ ମନ ଖୁସିରେ ଉତଫୁଲିତ ହୋଇ ଯାଉଥିଲା।

ସେହି ସମୟରେ ଆକାଶରୁ ଅତ୍ୟାଧିକ ମାତ୍ରାରେ ବର୍ଷା ବର୍ଷି ଯାଉଥାଏ। ଏହି ସବୁ ଦେଖି ଆଦିତ୍ୟ ବାବୁ ଖୁସି ହେଉଥିଲେ ଏବଂ କିଛି ସମୟ ପାଇଁ  ରୋମାଣ୍ଟିକ ଭାବନାରେ ହଜିବାକୁ ଲାଗିଲେ।
ସେ ନିଜକୁ ଆଉ ନିଜ ଅଧିନରେ ରଖିପାରିଲେ ନାହିଁ। ନିଜ ଦେହ ରୁ ସାର୍ଟ କୁ ଉହ୍ଳେଇ ବର୍ଷା ରେ ଭିଜିବାକୁ ଲାଗିଲେ। ସତେକି  ବର୍ଷା ର ‌‌ଛିଟା

        ଏହି ଭାବନା ଆଦିତ୍ୟ ବାବୁଙ୍କ କଣ ହେବ। ଆଦିତ୍ୟ ବାବୁଙ୍କ ହୃଦୟ ମରୁଭୂମିରେ ଆଜି ପର୍ଯ୍ୟନ୍ତ କାହାର ପାଦ ଚିହ୍ନ ପଡିନି। ଯାହାର ଓଠରେ ପ୍ରୀତି ଭରା ଚୁମ୍ବନ ତୋ ଦୂରର କଥା ବର୍ଷା ଛିଟା ମଧ୍ୟ ପଡି ନାହିଁ।

      ହଁ ଦୁଇ କଲେଜ ପଡ଼ିବା ସମୟରେ ଆଦିତ୍ୟ ବାବୁ ଅଞ୍ଜଳି ନାମକ ଝିଅ ସହ ସମ୍ପର୍କ ବାନ୍ଧିଥିଲେ କିନ୍ତୁ ସେ ପ୍ରେମ ଏକ ପାକ୍ଷିକ ଥିଲା। ଅଞ୍ଜଳି ଆଦିତ୍ୟ ବାବୁଙ୍କ ପ୍ରେମକୁ ତିଳେ ମଧ୍ୟ ଭଲ ପାଉନଥିଲେ। ଏହି ସବୁ ପଛ କଥା ଭାବି ଆଦିତ୍ୟ ବାବୁ ରୁମ୍ ଭିତରୁ ବାହାରକୁ ଆସିଲେ।
     
             କଳାମେଖି ଗଭା ପରି ମଣ୍ଡିତ କରି ଆକାଶରେ ବର୍ଷା ନାଚି ନାଚି ନିଜର ନୃତ୍ୟ କୁ ପ୍ରତିଫଳିତ କରୁଥାଏ। ସେ ନିଜକୁ ଆଉ ନିଜ ଅଧିନରେ ରଖି ପାରିଲା ନାହିଁ। ନିଜ ଦେହରୁ ଉହ୍ଳାଇ ବର୍ଷା ରେ ଭିଜିବାକୁ ଲାଗିଲା

ସତେ କି ବର୍ଷା ର ପହିଲି ଛିଟା । ଆଦିତ୍ୟ ବାବୁଙ୍କ ମରୁଭୂମି ରୂପକ ପ୍ରତିଭାର ସ୍ପର୍ଶ ଛୁଇଁ ଯାଉଛି। ବର୍ଷା ର ସେହି ଝିପ ଝିପ  ବର୍ଷା ପାଣି ସତେ କେହି ଜଣେ ଅପସରୀ ର ଭିଜା ମୁକୁଳା କେଶ ଦେହରେ ଛିଞ୍ଚି ଯାଉଛି।

ଶ୍ରାବଣର ସେହି ମନଲୋଭା ମନ୍ଥର ଗତି ଏବଂ ଚଞ୍ଚଳ ପଟାକ୍ଷ ପନ୍ତାରୀ   ଏବଂ ଭିଜା ଭିଜା ମଳୟ ପବନ ଦେହରେ ଏକ ନବଯୌବନ ନାରୀ ର ସ୍ପର୍ଶ ପରି
ଦେହରେ ମିଶି ଯାଉଥିଲା।

ବର୍ଷା ର ସେହି ଅନ୍ଧକାର ରୂପକ କଳାମେଘ ସତେ ଯେମିତି ତାଙ୍କ ଆଖି ଆଗରେ  ଫୁଲ ଏବଂ ଭଅଁର ଗଭୀର ଚୁମ୍ବନ ପରି ତାଙ୍କ ଓଠରେ ଚୁମିବାର ଅନୁଭୂତି ହେଉଥିଲା।

            ସେହି ମୁହୂର୍ତ୍ତରେ କେହି ଜଣେ ଝିଅ ଜୋରସେ ହସୁଥିବା ର ଶୁଣାଗଲା। ହଠାତ୍ ସେ ଶବ୍ଦ ରେ ପାଗଳ ହୋଇ ଖୋଜି ବୁଲିଲା ସେ ଦେଖିଲା ପାଖ ମହଲା ଛାତ ଉପରେ ଗୋଟିଏ ଝିଅ ବର୍ଷା ରେ ନାଚୁଛି।

    ଆଦିତ୍ୟ ବାବୁ ଲୁଚି ଲୁଚି ପାଖରେ ଥିବା କୃଷ୍ଣଚୁଡା  ଗଛ ମୂଳରେ ରହି ଦେଖୁଥାଆନ୍ତି । ଭିଜା ଭିଜା ବର୍ଷାରେ ଦେହକୁ ଜାବୁଡି ଧଳା ଶାଢ଼ୀ ଏବଂ ଦେହର ରୂପ ବାହାରକୁ ପୁଷ୍କଟିତ ହୋଇ ଦେଖା ଯାଉଥାଏ। ବକ୍ଷ ଦେଶରୁ ତଳକୁ ଏବଂ ନାଭି ମଣ୍ଡଳ ର ଦୃଶ୍ୟ କହିବା ନ ସରେ ! ଆଦିତ୍ୟ ବାବୁ ଗୋଟିଏ ନଜର ରେ ଏ ସବୁ ଦେଖି ଖୁସି ଅନୁଭବ କରୁଥାଆନ୍ତି ଏବଂ ମନେ ମନେ କହୁଥାଆନ୍ତି। ଆଃ କି ସୁନ୍ଦର ରୂପ ନବଯୌବନ ।
                       ××××××××××××××××××××××××××××
                              କେଶ ତରଙ୍ଗିଣୀ,ମୁଖ ସୁରଙ୍ଗଣୀ
                               ତନୁ ମନ୍ଦାକିନୀ,ନାଭି କସ୍ତୁରୀ
                      ×××××××××××××××××××××××××××××

ଏହି ପରି ଆଖ୍ୟା ଦେଇ ଗୋଟିଏ ନଜରରେ ଚାହିଁ ରହିଥାଆନ୍ତି।  ଆଦିତ୍ୟ ବାବୁଙ୍କୁ ଏମିତି ଦିଶୁଥାଏ ଯେମିତି ଝିଅଟି ବର୍ଷା ରେ ଭିଜୁ ନାହିଁ ଗୋଲାପ ଜଳରେ ଭିଜୁଛି। ଭିଜା ଭିଜା ଧଳା ଶାଢ଼ୀରେ ଯେମିତି ତନୁ ପାତଳୀ ସୁକୁମାରୀ ଅଙ୍ଗ କୁ ଜାବୁଡି ଧରିଛି।
  
          ଧିରେ ଧିରେ ମଳୟ ପବନ ଦୁଷ୍ଟାମୀ ହେବା ଆରମ୍ଭ କରିଦେଲାଣି। ପୂର୍ଣ୍ଣ କଳସୀ ଯୌବନ ଭରା ତନୁକୁ ଲୁଚେଇ ରଖିଥିବା ଧଳା ଶାଢ଼ୀ କୁ ବାରମ୍ବାର ଦେହରୁ ଅଲଗା କରିଦେଉଥାଏ। ଏମିତି ଲାଗୁଥାଏ ନବଯୌବନ ରୂପ ଧଳା ଶାଢ଼ୀ ସହିତ ଲୁଚକାଳି ଖେଳୁଛି। ଦେହର ସମ୍ପୂର୍ଣ୍ଣ ଅଙ୍ଗ ଭିଜି ଯାଇଥିବାରୁ ଆଦିତ୍ୟ ବାବୁ ସେ ଝିଅର ସବୁ ଅଙ୍ଗ ଏବଂ ଆକାର ପ୍ରକାର ସ୍ପଷ୍ଟ ଭାବେ ଦେଖି ଥାଆନ୍ତି।

ଆଦିତ୍ୟ ବାବୁ ଦେଖୁ ଦେଖୁ ଜଳ ବିନ୍ଦୁ ଗୁଡିକ ତରୁଣୀଙ୍କ ର ନେତ୍ର ରୋମରେ କ୍ଷଣିକ ସମୟ ପାଇଁ ରହି ଅଧର କୁ ଆଘାତ କରି ସ୍ତନାଗ୍ରେ ପଡ଼ିବା ହେତୁ ଚୁର୍ଣ ବିଚୁର୍ଣ ହେଲା ଏବଂ ଉଦର ରେଖା ଗୁଡ଼ିକରେ ସୁସ୍ଖଲିତ ହୋଇ ବହୁ ବିଳମ୍ବରେ ନାଭି ଦେଶକୁ ପ୍ରବେଶ କରୁଥାଏ। ଏ ସବୁ ଦେଖି ଆଦିତ୍ୟ ବାବୁ ନିଜର ହିତାହିତ ଜ୍ଞାନ ଭୁଲି ସେ ଝିଅକୁ ନିଜର ଜୀବନ ସାଥୀ ଭାବେ ମନସ୍ଥ କରିନେଲା।

                   ଆଗରୁ କେବେ ଆଦିତ୍ୟ ବାବୁ ସେ ଝିଅକୁ ତାଙ୍କ ଅଞ୍ଚଳରେ ଦେଖିନଥିଲା କାରଣ ଆଦିତ୍ୟ ବାବୁ ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ। ଯାହାଙ୍କ ଭାବନାରେ ଝିଅକୁ ଚାହିଁବା ଏକ ଅପରାଧ ଭାବେ ମନେ କରୁଥିଲେ।
  
     ଆଦିତ୍ୟ ବାବୁଙ୍କ ସେହି ସମୟରେ ପାଖାପାଖି କୋଡ଼ିଏ ବର୍ଷ ହେବ। ସେ ପୂର୍ବରୁ କୋୖଣସି ଝିଅକୁ ଏହି ରୂପରେ ଦେଖିନଥିଲେ। ଝିଅଟି ଦେଖିବାକୁ ବେଶୀ ଚଞ୍ଚଳ ଏବଂ ସୁନ୍ଦର ଦେଖାଯାଉଥିଲା। ଦେହରେ ନବଯୌବନ ପ୍ରବେଶ କରିଥିବାରୁ ଚାହାଣୀ ଚଳଚଞ୍ଚଳ, ମନଲୋଭା ମନ୍ଥର ଗତି ଏବଂ ଚଞ୍ଚଳ ପଟାକ୍ଷ ପନ୍ତାରି । ଝିଅଟି ଦେଖିବାକୁ ଯେତିକି ସୁନ୍ଦର ତାହା ଠାରୁ ତାର ଅଙ୍ଗ ଗୁଡ଼ିକ ବହୁତ ଆକର୍ଷଣୀୟ ଲାଗୁଥିଲା। ଏମିତି ଲାଗୁଥାଏ ବର୍ଷାରେ କେହି ଜଣେ ଜଳପରି ସ୍ନାନ କରୁଛି। କିଛି ସମୟ ପାଇଁ ଆଦିତ୍ୟ ବାବୁ ନୀରବ ରହିଲେ । ଏମିତି ଦୃଶ୍ୟ ପୂର୍ବରୁ କେବେ ଦେଖିନଥିଲେ। ପ୍ରଥମ ଥର ପାଇଁ ଏମିତି ଦୃଶ୍ୟ ଦେଖିବାରୁ ମନରେ କିଛି ଗୁଣୁଗୁଣୁ ହୋଇ କବିତା କହିବା ପାଇଁ ଲାଗିଲେ।

                       ××××××××××××××××××××××××××
                                ମୃଗ ନୟନୀ, ଚନ୍ଦ୍ରବଦନୀ
                                   ରୂପ ତୁମ ମଧୁମାଳତୀ ।
        
                             ଗୋଲାପ ଜଳରେ ସ୍ନାନ କରିଛି
                              ଠଳ ଠଳ ନବକଳେବର ରୂପ ।

                             ମୋଦହସୀ ତୁମ ଢଳ ଢଳ ନେତ୍ର
                              ବାନ୍ଧିଛି ମୋତେ ଗାରୁଡି ମନ୍ତ୍ରରେ।
                
                                ଗହମ ରଙ୍ଗର ଗୋରା ଦେହରେ
                            ଧଳା ରଙ୍ଗ ର ଶାଢ଼ୀ ଲୁଚକାଳି ଖେଳୁଛି।
                    
                              ପଦ୍ମ ପତ୍ରରେ ଜଳବିନ୍ଦୁ ଟଳମଳ ପରି
                               ବକ୍ଷଦ୍ଵୟ ତୁମ ଚହଳି ଯାଉଛି ।

                                  ଶଙ୍ଖ ମଲମଲ ଦେହରୁ ସତେକି
                                      ଅମୃତ ଧାରା ବହି ଯାଉଛି ।
                   ×××××××××××××××××××××××××××××××

ଏମିତି କବିତା ଭାବି ଭାବି ସେ ଝିଅକୁ ଆଦିତ୍ୟ ବାବୁ ଗୋଟିଏ ନଜରରେ ଦେଖୁଥାଆନ୍ତି ଏବଂ ସେ ଝିଅ ସହ ପ୍ରେମ ସମ୍ପର୍କ ଆରମ୍ଭ କରି ଦେଇଥିଲେ।
  
            ପ୍ରଥମେ ପ୍ରଥମେ ଆଦିତ୍ୟ ବାବୁ ଏହା ବହୁତ କଷ୍ଟ ଅନୁଭୂବ ହେଉଥିଲା କାରଣ ସେ ଝିଅ ପାଖରେ ପହଞ୍ଚିବା ଏତେ ସହଜ ମନେ ହେଉନଥିଲା। ଏ ସବୁ ପରେ ଆଦିତ୍ୟ ବାବୁ ନିଜ ମାଆ, ବାପାଙ୍କ ଭୟ ମଧ୍ୟ ମନରେ ଉଙ୍କି ମାରୁଥାଏ। ବହୁତ ଦିନ ପର୍ଯ୍ୟନ୍ତ ଏହି ସବୁ ଭାବାନକୁ ନେଇ ଆଦିତ୍ୟ ବାବୁ ଚିନ୍ତିତ ରହୁଥିଲେ।
ରାତି ଅନିଦ୍ରା ରହୁଥିଲେ ଏବଂ କୃଷ୍ଣଚୂଡ଼ା ଗଛ ମୂଳକୁ ଯାଇ ଲୁଚି ଲୁଚି ସେହି ଛାତ ଉପରକୁ ଦେଖିରହୁଥିଲେ କିନ୍ତୁ ସେ ଝିଅ ଦେଖାଯାଉନଥିଲା। ବହୁତ ସମୟ ସେ ଗଛ ମୂଳରେ ଆଦିତ୍ୟ ବାବୁ ଅପେକ୍ଷା କରୁଥିଲେ। ସେ ଦିନ ବର୍ଷା ରେ ଦେଖିଥିବା ମୂହୁର୍ତ୍ତ ସବୁ ଆଖି ବନ୍ଦ କରି ନିଜ ମନରେ ଭାବିବା ଆରମ୍ଭ କରିଥିଲେ।

              ବହୁତ ଦିନ ପରେ ଆଦିତ୍ୟ ବାବୁ ସେ ଝିଅକୁ ଦେଖିବାର ସୁଯୋଗ ପାଇଥିଲା। ଗୋଟିଏ ଦିନ ଆଦିତ୍ୟ ବାବୁ କିଛି କାମ ପାଇଁ ବାପାଙ୍କ କାର ଧରି ବାହାରକୁ ଯିବା ପାଇଁ ବାହାରି ଥିଲେ। ହଠାତ୍ ଝିପ ଝିପ ବର୍ଷା ବରଷିଲା। ଆଦିତ୍ୟ ବାବୁ କାର ଡୋର ବନ୍ଦ କରି ଗାଡ଼ି ଆରମ୍ଭ କଲେ। ସେହି ମୂହୁର୍ତ୍ତ କେହି ଜଣେ ଝିଅ ଆସି ଲିପ୍ଟ ମିଳିବ କି। ଆଦିତ୍ୟ ବାବୁ ସେ ଝିଅଟି ଦେଖି ଖୁସି ହୋଇ ଗଲେ କାରଣ ସେ ଝିଅଟି ଥିଲା ସେଦିନ ବର୍ଷା ରେ ଗାଧୋଉଥିବା ଝିଅଟି। ଝିଅଟି ଆସି ଆଦିତ୍ୟ ବାବୁଙ୍କ ପାଖ ସିଟ୍ ରେ ବସିବାକୁ ଲାଗିଲା।

ଆଦିତ୍ୟ ବାବୁ ପ୍ରଥମେ ଥର ଥର ଧୀର ସ୍ଵରରେ କହିବାକୁ ଲାଗିଲେ ଆପଣଙ୍କୁ ମୁଁ ପୂର୍ବ ରୁ କେଉଁଠି ଦେଖିଛି।
ଆପଣ ମୋତେ ଦେଖିଛନ୍ତି କେଉଁଠି ହଁ ଆପଣ ସେ ଦିନ ସନ୍ଧ୍ୟାରେ ଛାତ ଉପରେ ଧଳା ଶାଢ଼ୀ ରେ ନାଚୁଥିଲେ। ହେ ଭଗବାନ ତୁମେ ମୋତେ ଦେଖୁଥିଲ ନା ଆଉ କିଛି ଭାବୁଥିଲ। ଆଦିତ୍ୟ ବାବୁ ନାଃ ନାଃ ଏମିତି ଖାଲି ଦେଖୁଥିଲି।

କିଛି ସମୟ ଅତିକ୍ରମ କଳା ପରେ ଆଦିତ୍ୟ ବାବୁ ପଚାରିଲେ । ଆପଣ କୁଆଡେ ଯିବେ କହିଲେଣି ଯେ ପ୍ରୀତିଭରା ସ୍ଵରରେ ଝିଅଟି କହିଲା ତୁମେ ଯୁଆଡେ ନେବ କହି। ଗୋଲାପ ଅଧରରେ ରଞ୍ଜିତ ଥିବା ଓଠରେ ଗାଲରେ ଗୋଟିଏ ମଧୁଭରା ଚୁମ୍ବନ ଦେଲା।  ଯାହାର ଗାଢ଼ ଲାଲ୍ ରଙ୍ଗରେ ଆଦିତ୍ୟ ବାବୁଙ୍କ ଗାଲରେ ଲାଗେ ରହି ଯାଇଥାଏ। ଏମିତି କିଛି ପ୍ରୀତି ଭରା ଘଟଣା ଘଟିଯାଇଥିଲା । କିଛି ସମୟ ଅତିକ୍ରମ କଳା ଶୂନଶାନ ରାସ୍ତା ପାଶ୍ୱର୍ରେ ଗୋଟିଏ ଘର ପାଖରେ ଗାଡ଼ି ରଖିବା ପାଇଁ ଝିଅଟି କହିଲା କିନ୍ତୁ ଏହି ଠାରେ କ’ଣ କରିବ ତୁମେ।
       
                  ହଁ ଏହା ମୋର ସବୁଦିନିଆ ଠିକଣା ମୁଁ ସବୁବେଳେ ସନ୍ଧ୍ୟା ରେ ଏଠାକୁ ଆସେ ଏବଂ ସକାଳ ହେବା ପୂର୍ବରୁ ଚାଲିଯାଏ। ଏହା ଶୁଣି ଆଦିତ୍ୟ ବାବୁ ନିଃଶବ୍ଦ ହୋଇଗଲେ।କାରଣ ସେହି ଘରଟି ରଙ୍ଗିନ ପ୍ରଜାପତି ମାନଙ୍କ ଘରଥିଲା ଏବଂ ସେ ଝିଅ ଜଣେ ମଧ୍ୟ ରଙ୍ଗିନ ପ୍ରଜାପତି ଥିଲେ।

ଏହି ସବୁ ଜାଣିବା ପରେ ଆଦିତ୍ୟ ଗାଲରେ ଲାଗିଥିବା ସେହି ଲିପି ଷ୍ଟିକ୍ ଧାରାକୁ ହାତରେ ଲିଭାଇ ଦୁଃଖରେ ଚାଲିଗଲେ ଏବଂ ବହୁତ ଦୁଃଖ ଅନୁଭବ କରିଥିଲେ।

         ଆଜିକୁ ବହୁତ ଦିନ ବିତିଯାଇଥିଲେ ମଧ୍ୟ ଆଦିତ୍ୟ ବାବୁଙ୍କ ସେହି ଦିନର କଥା ବର୍ଷା ଦିନ ଆସିଲେ ମନେ ପଡିଯାଏ।

ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
ଦୂରଭାଷ-୭୭୮୮୮୮୬୬୦୨

Copyright © Sahitya Jibana | Newsphere by AF themes.