ପୁସ୍ତକ – ବିଦ୍ୟାଧର ପ୍ରଧାନ
1 min read
ହେ ପୁସ୍ତକ ତୁମେ ଧରଣୀ ବୁକେ
ବୁହାଇ ଅମୃତ ଧାରା,
ସ୍ବର୍ଗର ସୁଖ ସଂଚାର କରିଛ
ତୁମେ ଆପଣାର ପରା।
ଶାନ୍ତି ମୈତ୍ରୀର ଦେବଦୂତ ତୁମେ
ତୁମେ ଚିରନ୍ତନ ସତ୍ୟ,
ତୁମକୁ ପଢିଲେ ସର୍ବେ ହୋନ୍ତି ଖୁସି
ଜଞ୍ଜାଳୁ ହୁଅନ୍ତି ମୁକ୍ତ।
ସତ୍ୟ କହିବାକୁ ଶିଖାଇଛ ତୁମେ
ଧର୍ମ ପଥେ ସଦା ରହି,
ବାଟ ବଣା ହେଲେ ପଥ ଦେଖାଇଛ
ପଦେ ପଦେ କଥା କହି।
ମରୁ ପ୍ରାନ୍ତରେ ସବୁଜିମା ଭରି
ଦେଇଛ ଅସିମ ବଳ,
ସାହସ, ଶକତି, ଧୈର୍ଯ୍ୟ ଦେଇଛ
ବଂଚିବାକୁ ଚିର କାଳ ।
ତୁମେ ତ ଆସିଛ ଏହି ଧରାଧାମେ
ସମସ୍ତଙ୍କୁ ସାଥେ ନେଇ,
ମନରେ ଭରିଛ ସବୁ ସୁଖ ଶାନ୍ତି
ଭେଦ ଭାବ ଭୁଲିଯାଇ।
ତୁମ ଆବିର୍ଭାବେ ସୁଜଳା ସୁଫଳା
ଶସ୍ୟଶ୍ୟାମଳା ଧରା
ବନ୍ଧୁର ପଥେ ତୁମେ ବୁହାଇଛ
ଅବାରିତ ବାରିଧାରା।
ହେ ପୁସ୍ତକ ତୁମେ ଚିର ବିପ୍ଳବୀ
ସଦା ସତ୍ୟ କଥା କୁହ,
ଯୁଗେ ଯୁଗେ ତୁମେ ସାଥେ ରହିଅଛ
ସାଜିଣ ବାର୍ତ୍ତା ବହ।
ବିଦ୍ୟାଧର ପ୍ରଧାନ
ମାଲୁଦ, କୃଷ୍ଣପ୍ରସାଦ, ପୁରୀ
୯୧୭୮୯୯୫୩୫୧