Sahitya Jibana

Portal on odia literature

ସମୟାନୁବର୍ତ୍ତିତା – ବିଦ୍ୟାଧର ପ୍ରଧାନ

1 min read

ସମୟାନୁବର୍ତ୍ତୀ ହୁଅ ଭବେ ସର୍ବେ

ସମୟ ଆମର ଜୀବନ,

ସମୟ ଅଯଥା ନ ବିତାଅ କେବେ

ମୂଳୁ ହୁଅ ସାବଧାନ ।

 

ସୁଖରେ ବଞ୍ଚିବା ଯଦି ତୁମ ଇଛା

ମୂହୁର୍ତ୍ତେ ନକର ବ୍ୟର୍ଥ,

କରମରେ ସଦା ହୁଅ ତତ୍ପର

ନ ହୁଅ ହେ ବୁଦ୍ଧି ଭ୍ରଷ୍ଟ ।

 

ଶୋଚନା ରେ କେବେ ନ ବିତୁ ସମୟ

ପଡୁ ପଛେ ଯେତେ ବିପଦ,

ଭବିଷ୍ୟତ ଚାହିଁ ଅତିତକୁ ଭୁଲି

ବର୍ତ୍ତମାନେ ଦିଅ ଧିମତ ।

 

ଗୋଟିଏ ମୁହୂର୍ତ୍ତ ବ୍ୟର୍ଥ ହୋଇଗଲେ

ଦିଅଇ ଅମାପ ଦୁଃଖ,

ଜୀବନଟା ସାରା ହତାଶରେ ଭରା

ସଦା ଖାଲି ଅନୁତାପ ।

 

ସମୟଠୁ ବଳି ମୂଲ୍ୟବାନ ନାହିଁ

ଜଗତରେ କିଛି ଆନ,

ସମୟ ଅଭାବ ନହେଉ ଜୀବନେ

ସର୍ବେ ହୁଅ ସାବଧାନ ।

 

ଶିଶୁ ହେଉ କିବା କିଶୋର କିଶୋରୀ

ଯୁବକ ଯୁବତୀ ପ୍ରୌଢ଼,

ସମୟନୁବର୍ତ୍ତିତା ଯେ ହୋଇ ପାରିଲା

ସେ ଏକା ଜଗତେ ବଡ଼ ।

 

ବିଦ୍ୟାଧର ପ୍ରଧାନ, ମାଲୁଦ, ପୁରୀ

Leave a Reply