ମଞ୍ଚାସୀନ – ବିଦ୍ୟାଧର ପ୍ରଧାନ
1 min read
Photo by David Bartus on Pexels.com
ସମସ୍ତେ ଇଛନ୍ତି ମଞ୍ଚାସୀନ ହେବା
ସେ କି ରାଜସିଂହାସନ
କେଉଁ ଯଶ, ଖ୍ୟାତି ଅବା ସାଉଁଟିବ
କର ଏତେ ଅଭିମାନ ।
ଯେଉଁ ସଭାସ୍ଥଳେ ଶ୍ରୋତାଯେ ନଥାନ୍ତି
ସେ ସଭାରେ କି ମୂଲ୍ୟ ଅଛି
ଯା’ ଉଦ୍ଦେଶ୍ୟେ ତୁମେ ହୁଅମଞ୍ଚାସୀନ
ଯାଣ ସେ କେତେ ମହାନ ବ୍ୟକ୍ତି।
ଶ୍ରୋତା ବକ୍ତା ଏଠି ଉଭୟ ସମାନ
କେହି ନୁହେଁ ବଡ ସାନ
ଶ୍ରୋତା ଯୋଗୁଁ ବକ୍ତା,ସାଉଁଟେସମ୍ମାନ
ଏହା ସତ୍ୟ ଚିରନ୍ତନ।
କ୍ଷୀର ନୀର ପରି ଅଭେଦ୍ୟ ସମ୍ବନ୍ଧ
ଆମେ ସମସ୍ତେ ସମାନ
ଏହି ଭାବଧାରା ହୃଦୟେ ରହିଲେ
ହୋଇବା ଦିନେ ମହାନ।
ଏ ଭବ ଅଟଇ ଏକ ରଙ୍ଗମଞ୍ଚ
ଆମେ ତା,ର ଅଭିନେତା
ଯେ ଯୋଗ୍ୟ ସେ ସମ୍ମାନପାଇଲା
ଏହାତ ବିଧି ବ୍ୟବସ୍ଥା ।
ମଞ୍ଚ ତଳେ ଥିବା ସଭାସଦ୍ ବୃନ୍ଦ
ସେମାନେ ନୁହଁନ୍ତି ନ୍ୟୁନ
ଧର୍ଯ୍ୟ ଧରି ବକ୍ତା ବକ୍ତବ୍ୟ ସୁଣନ୍ତି
ସତେ ସେ କେତେ ମହାନ।
ସମସ୍ତେ କହିବା ସମସ୍ତେ ସୁଣିବା
ଏହି ଭାବ ଧାରା ରହୁ
ସର୍ବେ ଜ୍ଞନୀ ଗୁଣୀ, ଯଶସ୍ବୀ ମହାନ
ସଦ୍ଭାବ ବଞ୍ଚି ରହୁ ।
ବିଦ୍ୟାଧର ପ୍ରଧାନ, ମାଲୁଦ , ପୁରୀ