ଜୀବନ ମାନେ ନୁହେଁ ପଇସା – ଶିଲା ମେହେର
1 min read
ଜୀବନ ତ ଏକ ଚଲାପଥ
ତାର ଅଛି ଆଗ ହେଲେ ନାହିଁ ପଛ,
ଆସୁଥାଏ ଯାଉଥାଏ ସୁଖ ଆଉ ଦୁଖଃ,
ହେଲେ ମଣିଷ ଜାଣିପାରେନାହିଁ ତାର ଭବିଷ୍ୟତ ।
ହେଲେ ଏ ମଣିଷ ମନରେ ଥାଏ
ସବୁବେଳେ ବିଶ୍ୱାସ,
କେବେ ନାହିଁ ତ କେବେ ହେବ
ସେ ଦିନେ ବଡ଼ ମଣିଷ ।
ହେଲେ ଏ ଲୋଭି ମଣିଷ
ହେଇଗଲା ପରେ ଥରେ ବଡ଼ ମଣିଷ,
ଚଢ଼ିବାକୁ ଚାହେଁ ପୁଣି..
ଅନ୍ୟ ଏକ ପାହାଚ ।
ରାତିର ସପନ ଥରେ ହୋଇଗଲେ ସତ
ପୁଣି ଚାହେଁ ଦିନ ସପନ କେବେ ପୁଣି ହେବ ସତ?
ଆଗେ ପଇସା ପଛେ ପଇସା ବୋଲି
ବିତାଉଥାଏ ଜୀବନ,
ମଣିଷର ସମସ୍ତ କାର୍ଯ୍ୟରେ ରହିଥାଏ
ପଇସା ଉପରେ ମନ ।
ହେଲେ ଏ ସ୍ୱାର୍ଥପର ମଣିଷ ଜାଣିପାରେନାହିଁ
ଏ ପଇସା ହିଁ ଦିନେ ନେବ ତାର ଜୀବନ ।
ଶିଲା ମେହେର, ବିନିକା, ସୁବର୍ଣ୍ଣପୁର