କାହିଁକି ଡାକିଲନି – ସୁଦାମ ଦଳବରା
1 min read
ତୋ ରଥଯାତ୍ରାକୁ ଦେଖିବି ବୋଲିରେ
ମନେ କେତେ ଆଶା ବାନ୍ଧିଥିଲି
ଏ ବର୍ଷ ବି ଡାକିଲୁନି କାଳିଆ
କହ କି ଦୋଷ ମୁଁ ଯେ କଲି ।।
ସବୁ ରୀତିନୀତି ତୁତ କରୁଛୁ
କାହିଁ ଡାକୁ ନାହୁଁ ଭକତଙ୍କୁ
ବିନା ଭକତରେ ଯେତେ ଯାତ୍ରା କଲେ
କି ଯଶ ତୁରେ ପାଇବୁ ।।
ବିନା ଭକତରେ ଯାତ୍ରା କରିଲେ
କି ଭାବ ରହିବ ସେଠି
ଭକ୍ତଠୁ ଦୂରେଇ କେମିତି ରହିଛୁ
ଭକ୍ତ ଭାବବେଗ ବୁଝୁ ।।
ଭକ୍ତଯେ ବିକଳ ଦେଖିବ ବୋଲିରେ
ତୋର ରୂପ ଯୌବନ ବେଶ
କରିଛୁ ବାରଣ ତୋ ବଡଦାଣ୍ଡକୁ
ଭକ୍ତଙ୍କର କିମ୍ପା ଦୋଷ ।।
ତୁ ଯଦି ଏମିତି ଦୂରେଇ ରହିବୁ
ଭକ୍ତ ଭଗବାନ କେମିତି ହେବରେ ଭେଟ
ଭେଟ ନହୋଇଲେ ଭାବ ଦିଆନିଆ
ସମ୍ପର୍କରେ ହେବ ଫାଟ ।।
ଭକତି ଭାବରେ ବନ୍ଧା ତୋ ଜୀବନ
ଭକ୍ତ ଭାବବେଗ ଟିକେ ବୁଝୁ
ତୋ ରଥଯାତ୍ରାକୁ ନ ଡାକିଲୁ ନାହିଁ
କହ ତୋ ଦର୍ଶନ କେବେ ତୁ ଦେବୁ ।।
ରହିଛି ଅନାଇ ତୋ ଦର୍ଶନ ପାଇଁ
କେବେ ଉଠାଇବୁରେ ପ୍ରତିବନ୍ଧକ
ତୋର କୃପା ଲଭି ଏ ଜୀବନ ମୋର
ଲଭିବିରେ ଆତ୍ମା ସନ୍ତୋଷ ।।
@ ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ