ରଜପର୍ବ – ଶକୁନ୍ତଳା ମହାପାତ୍ର
1 min read
କର୍ମମୟ ଏଇ
ଜୀବନ ବୁକୁରେ
ବିଶ୍ରାମ ନିହାତି ଜରୁରୀ,
କୁଆଁରୀ ମନର
ମିଠା ଭାବନା କୁ
ବସୁମତୀ ନିଏ ଆଦରି l
ପହିଲି ରଜର
ପ୍ରଥମ ସ୍ପର୍ଶ ରେ
ସଜବାଜ ହୁଏ କୁଆଁରୀ,
ସଦ୍ୟସ୍ନାତା ପରି
ଲାଗୁଥାଏ ଅବା
ବସୁମତୀ ମାତା ଆମରି l
ଶସ୍ୟ ଶାମଳା
ଚଷା ଭାଇ ପାଇଁ
ନିଆରା ଏ ପରମ୍ପରା,
ସାରା ଦୁନିଆ କୁ
ଲହୁ ଲୁହ ଢାଳି
ଆହାର ସେ ଦିଏ ପରା l
ଭୂମିଦହନ କୁ
ବସୁମତୀ ସ୍ନାନ
ଓଡିଶା ମାଟିର ଆହ୍ୱାନ,
ପିଠା ପଣା ପାନ
ରଜ ଦୋଳି ସଂଗେ
ଧରା ହୁଏ ଶୁଦ୍ଧ ସ୍ନାହାନ l
ଶକୁନ୍ତଳା ମହାପାତ୍ର
ବଜ଼ାର ସାହି
ଖଣ୍ଡପଡା