ରଜପର୍ବ – ଅନ୍ତର୍ଯ୍ୟାମୀ ସାହୁ
1 min read
ଜ୍ୟୋଷ୍ଠ ମାସ ପରେ ଆଦ୍ୟ ଆଷାଢ଼ରେ
ପହିଲି ରଜ ସେଦିନ ,
ବସୁଧା ମାତାଙ୍କ ହୁଏ ରଜସ୍ଵଳା
ପ୍ରଥମ ଦିବସ ଜାଣ ।।୧।।
ପ୍ରଥମ ଦିବସକୁ ପହିଲି ରଜ
ଦ୍ଵିତୀୟ ରଜ ସଂକ୍ରାନ୍ତି ,
ତୃତୀୟ ଦିବସ ଭୂଦାହ ଟି ଜାଣ
ଚତୁର୍ଥେ ସ୍ନାନ କୁହନ୍ତି ।।୨।।
ଏହି ଚାରିଦିନ କୃଷି ଭାଇ ପାଇଁ
ଅଟେ ବହୁ ମୂଲ୍ୟବାନ ,
ଭୂମି ପରେ ହଲ ଗାର ନ ଟାଣିନ
ଭକ୍ତିରେ କରେ ପୂଜନ ।।୩।।
ଜଗନ୍ନାଥ ସଂସ୍କୃତିରେ ବାରମାସେ
ତେର ପର୍ବ ଅଛି ରହି ,
ବିଧି ବିଧାନରେ ପର୍ବ ପର୍ବାଣୀରେ
ଖ୍ୟାତି ଅରଜିଛି ସେହି ।।୪।।
ଅନ୍ତର୍ଯ୍ୟାମୀ ସାହୁ
ପଲମ/ନର୍ଲା/କଳାହାଣ୍ଡି