Sahitya Jibana

Portal on odia literature

ରଜପର୍ବ – ନିତ୍ୟାନନ୍ଦ ସିଂହ

1 min read

ଝିଅମାନଙ୍କର ପ୍ରଧାନ ପରବ
ତା ନାମ ଅଟଇ ରଜ,,
ଗାଆଁ ରୁ ସହର ଝିଅମାନେ ସବୁ
ହେଇଥାନ୍ତି ସଜବାଜ ।।

ପିଠା ପଣା ସାଙ୍ଗେ ପାନ ଖାଇବାକୁ
ସମସ୍ତଙ୍କ ଥାଏ ମନ,,
ଆମ୍ବ ତୋଟା ଠାରେ ଦୋଳି ଝୁଲିବାକୁ
ଝିଅଙ୍କ ମନ ଉଚ୍ଛନ୍ନ ।।

ଆଷାଢ ମାସର ପ୍ରଥମ ବର୍ଷାକୁ
ସ୍ୱାଗତ ଜଣାଇ ଥାଏ,,
ଜ୍ୟୋଷ୍ଠ ମାସର ଯେ ବିଦାୟ ସମୟେ
ରଜ ବାସ୍ନା ବାସୁ ଥାଏ ।।

ବସୁମତୀ ରାଣୀ ଶୀତଳ ଛାୟାରେ
ସୁରକ୍ଷିତ ପାଇ ଥାଏ,,
ପ୍ରକୃତି କୋଳରେ ନଦୀ,ତରୁ, ବନ
ସାତ ସୁରେ ଗୀତ ଗାଏ ।।

ପୁଣି ରଜ ପର୍ବ କୃଷିଭିତ୍ତିକ ଯେ
ଆନନ୍ଦ ଉଲ୍ଲାସ ମନ,,
ମୌସୁମୀ ବାୟୁ ଯେ ହୁଏ କ୍ରିୟାଶୀଳ
ତତ୍ପର କୃଷକ ପ୍ରାଣ ।।

ନିତ୍ୟାନନ୍ଦ ସିଂହ
ଗାଁ-ବଡ଼ଟେମରୀ
ଜିଲ୍ଲା-କଳାହାଣ୍ଡି

Copyright © Sahitya Jibana | Newsphere by AF themes.
Open chat
Hello
How can you help we?