ରଜପର୍ବ – ଜିତେନ୍ଦ୍ରିୟ ସାହୁ
1 min read
ପାରମ୍ପରିକ ଓ ଗଣପର୍ବ ଭାବେ
ଓଡିଶାର ପର୍ବ ରଜ
ତିନିଦିନ ଧରି ପାଲନ ହୁଅଇ
ଚାଲିଥାଏ ସଜବାଜ।।
ପ୍ରଥମ ଦିନରେ ପହିଲି ରଜ
ଦ୍ବିତୀୟେ ରଜ ସଂକ୍ରାନ୍ତି
ତୃତିୟ ଦିନରେ ବସୁମତୀ ସ୍ନାନ
ଭୂମିଦହନ ପାଳନ୍ତି।।
ରଜ ଶବଦର ଆକ୍ଷରିକ ଅର୍ଥ
ରଜବତୀ ହେବା ଜାଣ
ପୃଥିବୀକୁ ମାତା ଭାବେ ବିବେଚନା
କରି କୁହାଯାଏ ଶୁଣ।।
ବର୍ଷା ଆଗମନେ ରଜସ୍ବଳା ହୋଇ
ନୂଆଶସ୍ଯ ଦିଏ ଜନ୍ମ
ବର୍ଷଯାକ ଆମେ ଶସ୍ୟ ଖାଦ୍ଯପାଉଁ
ଧନ୍ଯ ମାଟିମାଆ ଧନ୍ଯ।।
ଏହିଦିନ ଚାଷି ବସୁମତୀ ତଥା
ହଳଲଙ୍ଗଳ ପୂଜନ
କରିବା ସହିତ ଚାଷରୁ ବିରତ
ନେଇଥାଏ ତିନିଦିନ।।
ରଜକୁ ପାଲନ୍ତି ପୁଅମାନେ ଲୁଡୁ
ବାଗୁଡି ତାସାଦି ଖେଲି
ଝିଅ ମାନଙ୍କର ପୁଚିଖେଲ ସାଥେ
ଚାଲିଥାଏ ରଜଦୋଳି।।
ପହିଲି ରଜରେ ବହୁ ରକମର
କରାଯାଏ ପିଠାପଣା
ମୁଖ୍ୟ ପୋଡପିଠା ମିଠା ପାନଖିଆ
ମୁଖ୍ୟପର୍ବେ ରଜ ଗଣା।।
ଶ୍ରୀମାନ ଜିତେନ୍ଦ୍ରିୟ ସାହୁ
ଚୁହାନ ପାଲି,ଘେଁସ,ବରଗଡ