Sahitya Jibana

Portal on odia literature

ରଜପର୍ବ – ସୁଷମା ତ୍ରିପାଠୀ

1 min read

ଆସିଛି ରଜ
ମନ ମଉଜ
ବରଷକେ ଥରେ ଆସେ,
ବସୁମତୀ ଙ୍କ
ଏହି ପ୍ରତୀକ
ମନ ଆନନ୍ଦରେ ହସେ ।

ରଜ ର ଦୋଳି
ମନ ବାଉଳି
ପାନ ଖିଆ ମିଠା ଲାଗେ,
ନୁଆଁ ପୋଷାକେ
ମନ ହରସେ
ହୃଦୟେ ଉତ୍ତାପ ଜାଗେ ।

ଶ୍ରୀ ଲକ୍ଷ୍ମୀ ପୂଜା
ଲାଗଇ ମଜା
ବସୁମତୀ ସ୍ନାନ ହୁଏ,
କୃଷକ ମନ
ଭାରି ଉଚ୍ଛନ
ଚାଷକୁ ମନ ବଲାଏ ।

କବୟିତ୍ରୀ ସୁଷମା ତ୍ରିପାଠୀ
ଖାଣ୍ଟି ଓଡିଆ ହୋଟେଲ ସାମ୍ନା
ଟାଟା ବେଞ୍ଜ ପରିସର
ବ୍ରହ୍ମପୁର, ଗଞ୍ଜାମ-୭୬୦୦୦୧

Leave a Reply