ପହିଲି ରଜ – ଇଂ ସରୋଜ ପଟ୍ଟନାୟକ
1 min read
ବାରମାଶେ ଓଡ଼ିଆଜାତିର ତେରପର୍ବ
ଯାହା ବିଶ୍ୱରେ ଆଣେ ଉତ୍କଳର ଗୌରବ
ଜ୍ୟେଷ୍ଠ ମାସେ ପଡେ ଶ୍ରେଷ୍ଠ ରଜପର୍ବ
ପହିଲିରଜ ପାଳନ ତିନି ଦିନର ପର୍ବ.
ନବବସ୍ତ୍ର କରନ୍ତି ଝିଅମାନେ ପରିଧାନ
ଅଳତାପଟି ପାଦେନାଇ ଖୁସିର ମନ.
ଆମ୍ବ ତୋଟା, ବାଡ଼ିଗଛରେ ବନ୍ଧାହୁଏ
ରଜଦୋଳି ଖେଳନ୍ତିସଭିଏଁ ଖୁସିରେ.
ଘରେ ଘରେ ପିଠା ପଣାର ଆସର
ପୋଡପିଠାରଜପର୍ବରସବୁରି ଆଦର.
ଗାଁଗହଳିର ରଜ ପର୍ବର ବଡ ଆଦର
ତାସ ଖେଳର ଜମେ ବଡ଼ ଆସର.
ରଜ ପାନ ରଖେ ମହତ୍ୱ ଏହି ପର୍ବର
ସୁବାସିତସ୍ୱାଦିଷ୍ଟପାନଆଣେମନେ ଖୁସିର
ଝିଅମାନେ ଗାନ୍ତି ଗୀତ ରଜ ଦୋଳି କଟମଟ ମୋଭାଇ ମୁଣ୍ଡରେ ସୁନାମୁକୁଟ ହସଖୁସିରେ କଟିଯାଏ ରଜ ତିନିଦିନ
ଆଣେ ସ୍ନେହ ଶ୍ରଦ୍ଧା ଭାତୃତ୍ୱର ବନ୍ଧନ
ଚଷା ଭାଇର ନଥାଏ କାମ କ୍ଷେତରେ
କଟେ ଦିନ ପରିବାରସହ ଆନନ୍ଦରେ
ଇଂ ସରୋଜ ପଟ୍ଟନାୟକ
ଭୁବନେଶ୍ୱର, ଖୋର୍ଦ୍ଧା