ରଜପର୍ବ – ଗଗନ କୁମାର ଦାଶ
1 min read
ବରଷକେ ଥରେ ଆସିଛି ରଜ ଲୋ
ଶୁକ୍ଳ ପକ୍ଷ ଜ୍ୟେଷ୍ଠ ମାସେ,
ତିନି ଦିନ ଧରି ପାଳନ କରନ୍ତି
ଆମରି ଭାରତ ଦେଶେ ।
ପ୍ରଥମ ଦିନକୁ ଆଦ୍ୟ ରଜ କହି
ମଧ୍ୟ ରଜ ପର ଦିନ,
ତୃତୀୟ ଦିନଟି ଶେଷ ରଜ ହୁଏ
ଆନନ୍ଦିତ ହୁଏ ମନ ।
ରଜଃସ୍ବଳା ହୁଏ ବସୁମତୀ ମାତା
ଲକ୍ଷ୍ମୀ ଗାଧୁଆ ହୁଅଇ,
ରଜ ଦୋଳି ପଡେ ଝୁଲା ଝୁଲି ହୁଏ
ଆନନ୍ଦେ ଦିନ ବିତଇ ।
ଚଷା ଭାଇ ପୂଜେ ପ୍ରକୃତି ଦେବତା
ଏ ବର୍ଷ ଫସଳ ପାଇଁ,
ଜଗତ ର ସାରା ଖାଦ୍ୟ ଯୋଗାଇବ
ସହା ହୁଅ ମହାମାୟୀ ।
କୁମାରୀ କନ୍ୟାଙ୍କ ବେଶ ଓ ପୋଷାକ
ଅତିବ ସୁନ୍ଦର ଦିଶେ,
ପାନ ଖିଲ ଖାଇ ରଜ ଗୀତ ଗାଇ
ବୁଲନ୍ତି ମନ ହରସେ ।
ରଜ ପରବରେ ମାଆ ମାଉସୀ ଏ
ପରିବା କଟନ୍ତି ନାହିଁ,
ପୃଥିବୀ ଉପରେ ଶୌଚ କର୍ମ କ୍ରିୟା
ବାରଣ ପୁଣି ଅଟଇ ।
ଗଗନ କୁମାର ଦାଶ
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି-୭୬୧୦୧୫