ଆସିଛି ରଜ- ଜଗମୋହନ ପ୍ରଧାନ
1 min read
ଆସିଛିରେ ରଜ ହୁଅ ସଜବାଜ
ମନରେ ହରସ ଫୁଟାଇ
ଆମ୍ବଗଛେ ଦୋଳି ବନ୍ଧାଯେ ହୋଇଛି
ଖୋଳିବାକୁ ଭିଡ଼ ଲାଗଇ।
ପୋଡପିଠା ଆଜି ସମସ୍ତଙ୍କ ଘରେ
ବାସ୍ନାରେ ଉଠୁଛି ପଡୁଛି
ଗାଁ ମୁଣ୍ଡରେ ଦେଖ ଅନାମ ଭାଇନା
ଖିଲିପାନ ବସି ଭାଙ୍ଗୁଛି।
ରଜ ଦୋଳି ଗୀତ ସଭିଏଁ ଗାଆଁନ୍ତି
କୋଇଲି ଯେ ତାଳ ଦଉଛି
କବାଡି ଖୋଳରେ ଭିଡଯେ ଲାଗିଛି
ରଜରେ ମଉଜ ହଉଛି।
ସହର ଠାରୁ ଗାଁ ପର୍ଯ୍ୟନ୍ତ ସଭିଏଁ
କରନ୍ତି ରଜ ମଉଜ
ଦୁଃଖ ଭୁଲି ଯାଇ ସୁଖ ଦେଇ ଯାଏ
ସଭିଏଁ ହୁଅନ୍ତି ସଜ।
ଜଗମୋହନ ପ୍ରଧାନ, ଯାଜପୁର