ଆସିଛି ରଜ ପର୍ବ – ସୁବାସ ଚନ୍ଦ୍ର ସାହୁ
1 min read
ଜ୍ୟେଷ୍ଠ ଶୁକ୍ଳ ପକ୍ଷ ତୃତୀୟା ତିଥିରେ
ପଡ଼ଇ ରଜ ପରବ
ଓଡ଼ିଶା ମାଟିର ଓଡ଼ିଆଙ୍କ ପ୍ରାଣେ
ଆଣଇ ଗର୍ବ ଗୌରବ ।
ବାର ମାସେ ତେର ପରବ ଆମର
ଆମେ ଯେ ଓଡ଼ିଆ ଜାତି
ରଜ ପର୍ବ ଅଟେ ସବୁଠୁ ନିଆରା
ଅଟଇ ଆମ ସଂସ୍କୃତି ।
ଘରେ ଘରେ ପିଠା ପ୍ରସ୍ତୁତ କରନ୍ତି
ପିନ୍ଧନ୍ତି ନୂଆ ପୋଷାକ
ଗାଁଆ ଝିଅ ମାନେ ଦୋଳି ଯେ ଖେଳନ୍ତି
ହୋଇ ବଡ କଉତୁକ ।
ବସୁମତୀ ମାତା ହୋଇ ରଜସ୍ଖଳା
ଶୁଦ୍ଧି ହୁଅନ୍ତି ଯେଦିନ
ଚାଷୀ ଭାଇ ଚାଷ କରି ଅନୁକୂଳ
ବୁଣନ୍ତି ସଅଳେ ଧାନ ।
ଗାଁଆଠୁ ସହର ଅବା ପୁର ପଲ୍ଲୀ
ଦିଶଇ ବଡ଼ ସୁନ୍ଦର
ଲିପି ପୋଛା ଆଉ ଖେଳ କଉତୁକେ
ଦୁଃଖ ହୋଇଯାଏ ଦୂର ।
ପୁଅ ମାନେ ମିଶି ତାଆସ ଖେଳନ୍ତି
ମଜା ଲାଗେ ହସଖୁସି
ବୁଢ଼ାଠୁ ଭେଣ୍ଡିଆ କିବା ଛୋଟ ପିଲା
ନାଚୁଥାନ୍ତି ହସି ହସି ।
ପାନ ଖିଲ ଲାଗେ ସବୁଠୁ ନିଆରା
ଭୋଜି ଭାତ ଲାଗେ ମଜା
ଏହି ମଜା ପାଇଁ ଆସନ୍ତି ସମସ୍ତେ
କିବା ଆଈ କିବା ଅଜା ।
ରହିଛି ଏ ପର୍ବ ଅନାଦି କାଳରୁ
ରହିଥାଉ ସଦାବେଳେ
ଓଡ଼ିଆ ଜାତିର ମହତ ସଂସ୍କୃତି
ହସୁଥାଉ କାଳେ କାଳେ
****************************
ସୁବାସ ଚନ୍ଦ୍ର ସାହୁ
ଚିକିଟି ପେଣ୍ଠ,ଜିଲ୍ଲା- ଗଞ୍ଜାମ