ଫିକା ହୋଇଛି ରଜ – ଶୁଭ୍ରାଂଶୁ ଭୂଷଣ ମେହେର
1 min read
ଫିକା ଫିକା ଲାଗେ ରଜ ଆଜି ପୁଣି
ନାହିଁ ଆଗପରି କାହିଁ
କରୋନା କବଳେ ସର୍ବେ କବଳିତ
ନେଇଛି ହସ ଛଡେଇ l
ରଜ ପାନ ଖାଇ ମୁହଁକୁ ହଲେଇ
ନାହିଁ ସେ ହସ ଉଲ୍ଲାସ
ପଶାଖେଳ ନାହିଁ ରଜ ଦୋଳି କାହିଁ
ସବୁରି ମନେ ବିରସ l
ପୁଡା ପିଠା ଭାଇ ଖୋଜିଲେକି ପାଇ
ଯାହା ହୋଇଛି ସପନ
କୁଆଁରୀ ମନର ହସ ଛନ ଛନ
ହୋଇଛି ଆଜି ମଳିନ l
ରଜ ସଜ ବାଜ ନାହିଁତ ମଉଜ
ନାହିଁ ସେହି ବେଶ ଠାଣି
ସେ ରଙ୍ଗ ଅଳତା କଜଳର ଗାର
ହଜିଛି ସେଇ ଚାହାଁଣି l
ରଜ ସଜ ବାଜ ଅସଜ ହୋଇଛି
ମୁଖେ ହସ ଆଉ ନାହିଁ
ଫିକା ଫିକା ଲାଗେ ଏ ରଜ ପୂର୍ଣ୍ଣିମା
ମୁହଁରୁ ହସ ଛଡେଇ l
ଶୁଭ୍ରାଂଶୁ ଭୂଷଣ ମେହେର
ମୁଁ /ପୋ -ସାଲେପାଲି
ଭାୟା -jarasingha
ଜିଲ୍ଲା -ବଲାଙ୍ଗୀର