ରଜପର୍ବ – ସୁକାନ୍ତ ଖଣ୍ଡା
1 min read
ସଂସ୍କୃତିରେ ରଜ ସଂକ୍ରାନ୍ତିର ସ୍ଥାନ
ବହୁତ ଉପରେ ଅଛି
ଭାଇଚାରା ସୃଷ୍ଟି କରିଥାଏ ରଜ
ଐକ୍ଯତାରେ ବାନ୍ଧୁଅଛି।୧
ତିନିଦିନ ଧରି ଚାଲେ ଏ ପରବ
ମଧ୍ଯମ ଦିନ ସଂକ୍ରାନ୍ତି
ରଜଃସ୍ବଳା ହୁଏ ବସୁମତୀ ବୋଲି
ସଭିଏଁ ପାଆନ୍ତି ଶାନ୍ତି।୨
ବେଙ୍ଗ ରାବଦେଇ ଚେତେଇ ଦେବକି
ମୌସୁମୀ ଆସିବ ଏବେ
କୃଷକ ଭାଇ ହେ ସଜବାଜ ହୁଅ
ଖାଦ୍ଯ ଯୋଗାଇବ ଯେବେ?୩
ପହିଲି ରଜରେ ଦୋଳିରେ ବସିକି
ପାନ ଖାଇ ହେବୁ ଖୁସି
ଗୀତର ଲହରି ଚୌଦିଗେ ଛୁଟାଇ
କେହି ଯିବୁ ନାହିଁ ରୁଷି।୪
ବିବାହିତ ଝିଅ ବାପଘର ଆସି
ଗହଳ ଚହଳ କରି
ସୁଖ ଆଉ ଶାନ୍ତି ପ୍ରଦାନ କରିବେ
ପ୍ରେମ ବନ୍ଧନରେ ଜାରି।୫
ଗୀତ ଆଉ ଦୋଳି ଏ ରଜ ପର୍ବରେ
ହୋଇଥାଏ ପ୍ରତିବର୍ଷ
ଆବାହନ ପାଇ ବସୁମତୀ ମାଆ
ଆସିଛ ହୋଇ ହରଷ।୬
ତିନିଦିନ ଧରି ରଜର ରୋଷଣୀ
କରିବ ଆସି ମର୍ତ୍ତ୍ଯକୁ
ବିଦାୟ ପରବେ ଦୁଃଖରେ କହିବୁ
ବଞ୍ଚିଲେ ଆର ବର୍ଷକୁ।୭
ରଜ ପରବକୁ କୋଟି ଧନ୍ଯବାଦ
ପ୍ରଣାମ ଘେନ ଆମର
ଫିକା ପଡି଼ଯାଇ ଅଛି ରଜପର୍ବ
ମହାମାରୀ ଘରଘର।୮
ତଥାପି ସଭିଏଁ ପାଳନ କରୁଛୁ
ଏକତା ମନ୍ତ୍ରରେ ନାହିଁ
ଅଳ୍ପକେଇ ଜଣ ବିଧିକୁ ରଖିକି
କାମଚଳା ହେବ ଯାଇ।୯
ଆହେ ରଜପର୍ବ ସବୁବର୍ଷ ପରି
ଏବେ ବି ଆସିକି ତୁମେ
ଖୁସି କରାଇଛ ତେଣୁ ଧନ୍ଯବାଦ
ମୌସୁମୀ/ସୌନ୍ଦର୍ଯ୍ଯ ଭୂମେ।୧୦
***
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର