ଆସିଛି ରଜ – ମଧୁସ୍ମିତା ନାୟକ
1 min read
ଆସିଅଛି ଆଜି ରଜ ମଉଜ ।
ପୋଡ଼ ପିଠା ସଙ୍ଗେ ଆହାକି ସଜ ।।
ପାଦରେ ଅଳତା ମଥାରେ ବିନ୍ଦି ।
ହାତରେ ମେହେନ୍ଦି ପାଦେ ପାଉଁଜି ବାନ୍ଧି ।।
ରଜ ରାଣୀ ଆସିଛି ଆମ ଘରକୁ ।
ସ୍ବାଗତ କରିବା ଦେଇ ପୋଡ଼ ପିଠାକୁ ।।
ପ୍ରଥମ ଦିବସ ତାକୁ ସଜେଇ ଦେବା ।
ଦିତୀୟ ଦିନରେ ଦୋଳି ବାନ୍ଧି ଖେଳିବା ।।
ରଜ ପାନ ସଙ୍ଗେ ଝିଅଙ୍କ ମେଳି ।
ପୁଅ ମାନଙ୍କ ତାଆସେ ପଡ଼ୁଚି ହୁରୀ ।।
ରଜ ଗୀତ ଗାଇ ଦୋଳିରେ ଝୁଲି ।
କୁଆଁରୀ ଙ୍କ ମଜା ଗାଆଁ ଦାଣ୍ଡରେ ଖେଳି ।।
ମଧ୍ୟମ ଦିବସେ ସଙ୍କରାତି ଆସିବ ।
ଠାକୁରଙ୍କ ପୂଜା ମନ୍ଦିରରେ ହେବ ।।
ଚତୁର୍ଥ ଦିନଟି ଜଣା ବସୁମତୀ ସ୍ନାନ ।
ପ୍ରଭାତେ ଉଠିବ ଶୁଣି କୋକିଳ ଗାନ ।।
ମୌସୁମୀର ଆଗମରେ ସେଇ ଦିନଟି ।
ଧରଣୀ ଗାଧୋଇ ଲଙ୍ଗଳ ଛୁଇଁବ ମାଟି ।।
ରଜ ସ୍ଵଳା ଥିଲା ମୋର ଧରଣୀ ରାଣୀ ।
ଭିଜେଇବ ବରଷା ତାକୁ ଦେଇ ତା ପାଣି ।।
ଏହି ଦିନ ମାନ ର ଅତି ମହତ୍ତ୍ଵ ଥୁଆ ।
କୁମାରୀ ମାନେ ଚାଲନ୍ତି ପିନ୍ଧି ପଟୁଆ ।।
ଘର କାମ ନାହିଁ ତାଙ୍କ ନାମରେ ଯୋଡ଼ା ।
ସେଇ ମାନେ ରଜ ରାଣୀ ବୋଲନ୍ତି ପରା ।।
ମଧୁସ୍ମିତା ନାୟକ
ମଣିଆ, ଟାଙ୍ଗୀ, କଟକ