ରଜ – ରୀକ୍ଷିରାମ ମେହେର
1 min read
ଜ୍ୟଷ୍ଠ ଶୁକ୍ଳ ପକ୍ଷ ତୃତୀୟାରେ
ଆସିଛି ରଜ ସାଥିରେ ଖୁସି ନେଇ।
ଆସଲୋ ବଉଳ,ଆସଲୋ ମକର
ଝୁଲିବା ସମସ୍ତେ ମିଶି ରଜ ଦୋଳି।1।
ବସୁମାତା ହେଲେ ରଜବତୀ
ସେହିଦିନ ଆମେ ପାଳୁ ରଜ ତିଥି।
ରଜବତୀ ହୋଇ ଧରଣୀ ମାଁ
ହେଲେ ଶୁଦ୍ଧ ଅନୁକୂଳ ଚାଷ ପାଇଁ।2।
ଚାଷୀ ପୁଅ ଏହି ଦିନଟିକୁ
ଅପେକ୍ଷାରେ ଥାଏ ଅର୍ଣ୍ଣପୂର୍ଣା ପାଇଁ।
ସମୟର ଅନୁକୂଳ ଦେଖି
ଚାଷୀ ଚାଷକରେ ମୃଦୁହାସ୍ୟ ଦେଇ।3।
ଆଜି ଦିନଠାରୁ ବସୁ ମାଟି
ଉର୍ବରତା ହୁଏ ଚାଷ ଉପଯୋଗୀ।
ବସୁମାତା ନାରୀଙ୍କ ସମାନ
ତେଣୁ ପାଳୁ ଆମେ ରଜ ପୂଜା ବିଧି।4।
ଆଇଁସା କାକରା ପିଠାପଣା
ଛେନାପୋଡ଼ ଗନ୍ଧ ମହକେ ଆଜି ।
ନୂଆବସ୍ତ୍ର ପରିଧାନ କରି
ନୂଆ ବେଶରେ ଝୁଲିବା ଆସ ଦୋଳି।5।
ରଜଦୋଳି ଗୀତଗାଇ ସବେ
ମଉଜ କରିବା ହୋଇ ପୁଲକିତ।
ଆସଲୋ ମିତଣୀ ଆସ
ସମୟ ଉଛୁର ହେଲାଣି ଅନେକ।6।
ସକାଳୁ ସନ୍ଧ୍ୟା ଯାଏଁ ସମସ୍ତେ
ଝୁଲଣା ଝୁଲିବା ଗାଇ ରଜ ଗୀତ।
ହରଷ ମନେ ଗୃହକୁ ଯିବା
ଆଜିକ ପାଇଁ ଆମ ରଜ ମଉଜ।7।
ରୀକ୍ଷିରାମ ମେହେର ,ସାନପୋଡ଼ାଗୁଡା,
ଦେବସେନା ସଂଯୁକ୍ତ ସଚିବ,କଳାହାଣ୍ଡି