ରଜ – ସୁଦାମ ଦଳବରା
1 min read
ଆସିଛି ଆସିଛି ରଜ ତ ଆସିଛି ।
ହେବା ଚାଲ ସଜ ବାଜ ।।
ବରଷ କେ ଥରେ ଆସିଛି ରେ ରଜ ।
କରିବା କେତେ ମଉଜ ।।
ନୂଆ ଜାମା ଶାଢ଼ୀ ଆମେ ତ ପିନ୍ଧିବା ।
ରଜ ପରବର ମଜା ଉଠାଇବା ।।
କେତେ ପିଠା ମିଠା ଆମେରେ ଖାଇବା ।
ରଜ ପୋଡ ପିଠାର ମଜା ଆମେ ନବା ।।
ରଜ ଦୋଳି ରଜ ପାନ କେତେ ଯେ ମଉଜ ।
ଓଡ଼ିଆ ସଂସ୍କୃତି ର ଇଏ ଗୋଟିଏ ପର୍ବ ।।
ମାଆ ଭଉଣୀଙ୍କ ରଜ ପର୍ବ ମଜା ।
ତାଙ୍କ ଖୁସିରେ ଦେବାନି କେହି ଆମେ ବାଧା ।।
ଭଉଣୀ ମାନେ ଆମ ଦୋଳି ଖେଳି ଥାନ୍ତି ।
ରଜ ଗୀତ ଗାଇ ସଂସ୍କୃତି ବଞ୍ଚନ୍ତି ।।
ଭାଇ ମାନେ ଆମ କେତେ ଖଟି କରିଥାନ୍ତି ।
ବିଲ ଧନ ରୁଆ ପାଇଁ ଚାହିଁ ବସିଥାନ୍ତି ।।
ରଜ ପରେ ଚାଷୀ ଧାନ ବିଲ ଯେ ରୁଆଇ ।
ବରଷକ୍ ଖାଦ୍ୟ ସିଏ ଯେ ସଞ୍ଚଇ ।।
ରଜ ରେ ଖୁସି ମନେଇ ଚାଷୀ ଯେ ହସଇ ।
ନାନା ଗୀତ ଗାଇ ହଳ ଯେ କରଇ ।।
ଆସ ଆମେ ଆଜି ରଜ ମଜା ନେବା।
ନାନା ପିଠା ପଣା ଆମେ ଯେ ସିଖିବା ।।
ଆମ ଓଡ଼ିଆ ସଂସ୍କୃତି ବଞ୍ଚେଇ ରଖିବା ।
ଓଡ଼ିଶାର ମାନ ଟେକ ଯେ ରଖିବା ।।
ଶ୍ରୀ ସୁଦାମ ଦଳବରା
ଭଞ୍ଜନଗର, ଗଞ୍ଜାମ