Sahitya Jibana

Portal on odia literature

ରଜପର୍ବ – ଜଗବନ୍ଧୁ ସାହୁ

1 min read

ଗାଆଁ ଝିଅ ସବୁ ହେଲେଣି ସଜ ହେ

ଆସିଛି ପହିଲି ରଜ

ଆମ୍ବ ତୋଟା ମାଳେ ଦୋଳି ବାନ୍ଧି ସିଏ

କରିବେ କେତେ ମଉଜ

 

ପାଦରେ ଅଳତା ହାତରେ ମେହେନ୍ଦୀ

ନୂଆଁ ବସନକୁ ପିନ୍ଧି

ଦୋଳି ଖେଳି ଖେଳି ଗାଉଥିବେ ଗୀତ

ଭାବକୁ ଭାବରେ ଛନ୍ଦି

 

ପାଦରେ ପାଉଁଜୀ କାନରେ ଝୁମୁକା

ରୁଣୁଝୁଣୁ ଶୁଭୁଥିବ

ପବନ ଗତିରେ ଝୁଲୁଥିବ ଦୋଳି

ସାଙ୍ଗ ସାଥି ମେଳ ହେବ

 

ଏଣ୍ତୁରି ଚକୁଳି ମଣ୍ତା ପୋଡ ପିଠା

ଖାଇ ପୁଣି ମିଠା ପାନ

ରଜ ପାଳୁଥିବେ କୂଳ ଭୁଆସୁଣି

ଦେଖିଯେ ନୂଆ ସପନ

 

ଜଗବନ୍ଧୁ ସାହୁ

ଗ୍ରାମ – ଛଞ୍ଚାଣିଆ ପଲ୍ଲୀ

ପୋଷ୍ଟ ‐ ବେଲଗାଁ

ଜିଲ୍ଲା ‐ ଗଞ୍ଜାମ

ଦୂରଭାଷା ‐ 8780042579

Copyright © Sahitya Jibana | Newsphere by AF themes.