Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ପ୍ରତାପ ପଣ୍ଡା , ରାଉରକେଲା

1 min read
seashore under white and blue sky during sunset

ଦୁଇଟି ଅକ୍ଷରେ ସିମୀତ ନୁହେଁ ସେ

                         ନୁହେଁ ପୁଣି ଶବ୍ଦ ମାତ୍ର,

ନାରୀ ଏକମାତ୍ର ଶୁଭ ପୂର୍ଣ୍ଣକୁମ୍ଭ

                        ଦେବୀ କରୁଣା ର ମନ୍ତ୍ର ।

 ସଶକ୍ତିକରଣ କରିବା ପାଇଁ କି

                        ସ୍ବାଧୀନତା ପ୍ରୟୋଜନ,

ସଫଳତା ତାଙ୍କ ଦୁନିଆ ଦେଖିବ

                        ଛୁଇଁ ବେ ଶେଷ ସୋପାନ ।

ରୋଷେଇ ଶାଳରୁ ଚନ୍ଦ୍ର ପୃଷ୍ଠ ଯାଏ

                            ସବୁଠି ତାଙ୍କର ଯଶ,

ପୁରାଣ ଯୁଗରୁ ଆଧୁନିକ ଯୁଗ

                            ସମସ୍ତେ ହୁଅନ୍ତି ବଶ ।

ନଥିଲେ କେବେ ସେ ଅବଳା ଦୁର୍ବଳା

                            ଭ୍ରଷ୍ଟ ଆମ ଚିନ୍ତାଧାରା,

ଶକ୍ତି, ଶାନ୍ତି , ସ୍ନେହ, ଧର୍ଯ୍ୟ ର ପ୍ରତୀକ

                           ତାଙ୍କ ପାଇଁ ହସେ ଧରା ।

ପୁରୁଷଙ୍କ ସଙ୍ଗେ ସମକକ୍ଷ ସିଏ

                               ସୃଷ୍ଟି ର ଅଭିନ୍ନ ଅଙ୍ଗ,

ଆମ ପ୍ରଗତି କୁ ଆଗେଇ ନେବାକୁ

                             ଧରିଥାନ୍ତି ହାତେ ମଙ୍ଗ ।

ଅନେକ ରୂପରେ ଅବତୀର୍ଣ୍ଣ ହୋଇ

                              କର୍ତ୍ତବ୍ୟରେ ସଦା ରତ,

ନାରୀ ଜାତି ପ୍ରତି ସମ୍ମାନ ଜଣାଇ

                                ମଥା କରୁଅଛି ନତ ।।

ନାମ- ପ୍ରତାପ ପଣ୍ଡା

ଘର ନଂ- E/114

ସେକ୍ଟର- 9

ରାଉରକେଲା

ମୋ.ନ-9861059709