Sahitya Jibana

Portal on odia literature

ରଜପର୍ବ – ରାଧାମୋହନ ପୂଜାହାରୀ

1 min read

ଓଡ଼ିଶା ରାଜ୍ୟର ଗଣ ପରବ ଏ
ପାଳୁ ତିନି ଦିନ ଧରି,
ଏହି ପର୍ବେ ଚାଷ ଆରମ୍ଭ ଯେ ହୁଏ
ବର୍ଷା ପଡ଼ିଥାଏ ଝରି ।

ପ୍ରଥମ ଦିନକୁ ପହିଲି ରଜର
ନାମେ ଲୋକ ପାଳିଥା’ନ୍ତି,
ଲୋକେ ପାଳିଥା’ନ୍ତି ଦ୍ଵିତୀୟ ଦିନକୁ
ନାମେ ରଜ ସଂକରାଂତି ।

ତୃତୀୟ ଦିବସ ଭୂମି ଦାହ ରୂପେ
ପାଳିତ ହୁଅଇ ଜାଣ,
ରଜ ପରବର ଅନ୍ତିମ ଦିବସେ
ହୁଏ ବସୁମତୀ ସ୍ନାନ ।

ପାନ ଖିଆ ପୋଡ଼ ପିଠା ପରମ୍ପରା
ରଜର ସେ ଆକର୍ଷଣ,
ଝିଅଙ୍କର ପୁଚି ଆଉ ଦୋଳି ଖେଳ
କିଣି ନେଇଥାଏ ମନ ।

ଏହି ଦିନେ ଖାଲି ପାଦେ ଚାଲିବାକୁ
କୁମାରୀଙ୍କୁ ମନା ଥାଏ,
ସୁସଜ୍ଜିତ ରଜ ଦୋଳିରେ ବସି ସେ
କେତେ ରଜ ଗୀତ ଗାଏ ।

*****************************
ରାଧାମୋହନ ପୂଜାହାରୀ
ବୀରମହାରାଜପୁର (ସୋନପୁର)

Leave a Reply