Sahitya Jibana

Portal on odia literature

ରଜ – ମନୋରମା ମହାନ୍ତି

1 min read

ଓସ୍ତ ପତର କୁ ବର ପତର
ଏ ବର୍ଷ ର ନୂଆ ରଜ ଖବର !
ମୁଁ ରଜ ର ରାଣୀ ତୁ ରଜ ର ରାଜା
ପୋଡ଼ ପିଠା ଖାଇ କରବା ମଜା , !
ବର ଓହଳ ରେ ଖେଳିବା ଦୋଳି ,
ହାତରେ ମେହେନ୍ଦି ପାଦରେ ଅଳତା ବୋଳି !

ବାଁକୁଲି ବାଡ଼ି ରେ ଆମକୁ ପେଲି ବେ ଅଜା !

ମୁଁ ରଜ ର ରାଣୀ ତୁ ରଜ ର ରାଜା
ପୋଡ଼ ପିଠା ଖାଇ କରିବା ମଜା !
ସଜ ବଜାର ଯେତେ ସଜ ,
ସଜ କରି ଦେବେ ନୂଆ ଭାଉଜ !
ମଥାରେ କୁଙ୍କୁମ ନାଲି ଚନ୍ଦନ ,
ନାଲି ଓଠ ରେ ମସଲା ପାନ !
ରଜ କବାଡି ଖେଳ ଲଗୁଛି ମଜା ,,,,,
ମୁଁ ରଜ ର ରାଣୀ ତୁ ରଜ ର ରାଜା ,,,,,,,

ନୂଆ ଶାଢ଼ୀ କୁ ନୂଆ ଗହଣା ,,,,
ମଟନ ସାଙ୍ଗ ରେ ପିଠା ପଣା ,,,,,
ତାସ ଖେଳ କୁ ଲୁଡୁ ପାଲି ,,
ଆଈ ଠାରୁ ଓଠ ମୋର ବେଶି ନାଲି !

ରଜ ବତୀ ମୁଁ ରଜ ପାଳିଛି ,ଲଗୁଛି ଭାରି ମଜା !,,,,,,

ମୁଁ ରଜ ର ରାଣୀ ତୁ ରଜ ର ରାଜା ,

ପୋଡ଼ ପିଠା ଖାଇ କରିବା ମଜା ,,

କବୟିତ୍ରୀ ମନୋରମା ମହାନ୍ତି
ପାରାଦ୍ୱୀପ, ଜଗତସିଂହପୁର

Leave a Reply