Sahitya Jibana

Portal on odia literature

ରଜ – ରତିନାରାୟଣ ରାଉତ

1 min read

ପୁଣ୍ୟଭୂମି ଆମ ଉତ୍କଳ ଭୂଇଁରେ
ବାର ମାସେ ତେର ପରବ
ଆଦ୍ୟ ଆଷାଢ଼ରେ ପାଳିତ ହୁଅଇ
ଶ୍ରେଷ୍ଠ ଆମ ରଜ ଉତ୍ସବ ll1ll
ପ୍ରଥମ ରଜରେ ସଜବାଜ ହୁଏ
ଦ୍ଵିତୀୟେ ମିଥୁନ ସଂକ୍ରାନ୍ତି
ତୃତୀୟ ଦିବସ ଶେଷ ରଜ ଅଟେ
ସଭିଏଁ ରଜକୁ ପାଳନ୍ତି ll2ll
ଚତୁର୍ଥ ଦିବସେ ବସୁମତୀ ସ୍ନାନେ
ସବୁଜିମା ମହି ହୁଅଇ
ହଳଦୀ ଅଳତା କୁଙ୍କୁମ ଘୁଙ୍ଗୁରେ
କୁଆଁରୀ ହୋଇଲେ ସଜେଇ ll3ll
ନୂଆ ଲୁଗା ପିନ୍ଧି ରଜ ପାନ ଖାଇ
ଖେଳ କୁଦ ନାଚ ଗୀତରେ
ପିଠାପଣା ଆମ୍ବ ପଣସ ନଡ଼ିଆ
ଓଡ଼ିଆ ରାନ୍ଧଣା ମଜା ରେ ll4ll
ଗାଆଁର ମୁଣ୍ଡରେ ଆମ୍ବ ତୋଟା ମାଳେ
ଦୋଳି ଖେଳ ମଜା ଗୀତରେ
ମାଆ ବୋହୁ ଝିଅ ସାଙ୍ଗ ସାଥି ବନ୍ଧୁ
ଏକତ୍ର ହୁଅନ୍ତି ସାଥି ରେ ll5ll
ଗ୍ରୀଷମ ବିଦାୟେ ବର୍ଷା ଆଗମନେ
ଉତ୍ତରା ମୌସୁମୀ ବହଇ
କୃଷକ ପ୍ରାଣରେ ହସ ଭରି ଉଠେ
କୃଷି କାମେ ମନ ବଳାଇ ll6ll
ବାଦ ବିବାଦକୁ ପାଶୋରି ସଭିଏଁ
ଭୁଲି ଥାନ୍ତି ଭେଦ ଭାବରେ
ଭାଇଚାରା ବାଣ୍ଟି ସେନେହ ସମ୍ପର୍କେ
ଏକାକାର ହୋଇ ଥାନ୍ତିରେ ll7ll
~~~~~~~~~~~~~~~~~
ରତିନାରାୟଣ ରାଉତ (ପ୍ର.ଶି.)
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା

Copyright © Sahitya Jibana | Newsphere by AF themes.
Open chat
Hello
How can you help we?